କଟକ: ପାର୍ବଣ ଋତୁ ପାଇଁ ଜାରି ହେଲା ଗାଇଡଲାଇନ । କଟକଣା ମଧ୍ୟରେ ପାଳନ ହେବ ମା’ଙ୍କ ପୂଜା । 4 ଫୁଟ ଭିତରେ ରହିବ ମୂର୍ତ୍ତିର ଉଚ୍ଚତା । 3 ଦିଗରୁ ବନ୍ଦ ରହିବ ପୂଜା ପେଣ୍ଡାଲ । ମାଙ୍କୁ ଦର୍ଶନ କରି ପାରିବେ ନାହିଁ ଭକ୍ତ । ସେହିଭଳି ଭସାଣୀ ଶୋଭାଯାତ୍ରକୁ ମଧ୍ୟ ବାରଣ କରାଯାଇଛି । କେହି ବି ନିୟମ ଉଲ୍ଲଙ୍ଘନ କଲେ ହେବ କଡା କାର୍ଯ୍ୟନୁଷ୍ଠାନ ।
ଦଶହରାଠୁ କାଳୀ ପୂଜା ଯାଏଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ଏହି ଗାଇଡଲାଇନ । ଯାହାକୁ ନେଇ ପୂଜା କମିଟି ପକ୍ଷରୁ ପ୍ରକାଶ ପାଇଛି ଅସନ୍ତୋଷ । ଏହି ଗାଇଡଲାଇନ ଦ୍ବାରା ବର୍ଷ ବର୍ଷର ପରମ୍ପରା ଭଙ୍ଗ ହେବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି । କାରଣ ମୂର୍ତ୍ତିର ଉଚ୍ଚତା କମିଲେ ନୂତନ ଛାଞ୍ଚର ଆବଶ୍ୟକ ପଡିବ । ସେହିପରି ଖଡମାକୁ ବି ପରିବର୍ତ୍ତନ କରିବାକୁ ପଡିବ। ଆଉ ଏଥି ପାଇଁ ହାତରେ ଆଉ ସମୟ ନାହିଁ । କାରଣ ଆସନ୍ତା ୧୭ ତାରିଖରେ ମହାଳାୟା । ମା’ଙ୍କ ଦେହରେ ଲାଗି ହେବ ଖଡ଼ି । ଆଉ ଏହି କମ ସମୟ ମଧ୍ୟରେ ଏସବୁ ପରିବର୍ତ୍ତନ ଅସମ୍ଭବ । ତେଣୁ ଗାଇଡଲାଇନରେ ପରିବର୍ତ୍ତନ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅନେକ ପୂଜା କମିଟି ।