ଓଡିଶା

odisha

ETV Bharat / city

ମଠ ଉଚ୍ଛେଦକୁ ହାଇକୋର୍ଟରେ ଚ୍ୟାଲେଞ୍ଜ - ଓଡିଶା ସୁରକ୍ଷା ସେନା

ପୁରୀ ଶ୍ରୀମନ୍ଦିର ଚତୁପାର୍ଶ୍ବରୁ ମଠଗୁଡିକର ଉଚ୍ଛେଦକୁ ବିରୋଧ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Aug 29, 2019, 11:16 PM IST

କଟକ: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ମଠଗୁଡିକ ଉଚ୍ଛେଦକୁ ବିରୋଧ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର ହୋଇଛି । ଏହି ମାମଲାରେ ରାଜ୍ୟ ସରକାର, ପୋଲିସ ମହାନିର୍ଦ୍ଦେଶକ, ପୁରୀ ଏସପି, ପୁରୀ ଜିଲ୍ଲାପାଳ, ପୁରୀ ମ୍ୟୁନିସପାଲଟିର କାର୍ଯ୍ୟକାରୀ ଅଧିକାରୀ ଓ ସଦର ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଓଡିଶା ସୁରକ୍ଷା ସେନା ପକ୍ଷରୁ ହାଇକୋର୍ଟରେ ଏହି ମାମଲା ରୁଜୁ କରାଯାଇଛି । ଶହ ଶହ ବର୍ଷ ଧରି ହିନ୍ଦୁ ସଂସ୍କୃତିର ମାନ ମର୍ଯ୍ୟାଦା ରକ୍ଷା କରୁଥିବା ମଠ ଗୁଡିକର ଉଚ୍ଛେଦ ନ କରିବାକୁ ମାମଲାରେ ଅନୁରୋଧ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details