କଟକ: ସରକାରୀ ନିୟମକୁ ଫୁ । କେବେ ହେବ ପ୍ଲାଷ୍ଟିକ ବ୍ୟାନ ? କେବେ ସୁସ୍ଥ ହେବ ସମାଜ । କାରଣ ବଜାରରେ ଏବେବି ଚାଲିଛି ବେଧଡ଼କ ପ୍ଲାଷ୍ଟିକ ବ୍ୟବସାୟ । ଗାନ୍ଧୀ ଜୟନ୍ତୀ ଯାଇ ପୁଣି ଜୟନ୍ତୀ ଆସିବାକୁ ବସିଲାଣି ହେଲେ ସେହି ଅବବ୍ୟସ୍ଥା ପୁନର୍ବାର ଦୃଷ୍ଟି ଗୋଚର ହେଉଛି । ତେବେ ଗୋଟିଏ କଥା କୁହାଯାଇ ପାରେ ନିୟମ ଏବେ ଖାତା କଲମ ରେ ସୀମିତ ହୋଇ ରହିଯାଇଛି । ଯାହାର ଫାଇଦା ଉଠାଉଛନ୍ତି ଉଭୟ ଗ୍ରାହକ ଓ ବ୍ୟବସାୟୀ ।
ଖୋଦ ସିଲଭରସିଟି କଟକରେ ଚାଲିଛି ବେଧଡକ ପ୍ଲାଷ୍ଟିକ କାରବାର । ଉଭୟ ଖାଉଟି ଓ ଗ୍ରାହକ ବ୍ୟବହାର କରୁଛନ୍ତି ପ୍ଲାଷ୍ଟିକ । ସୂତା ବ୍ୟାଗ କାଁ ଭାଁ ଦୃଷ୍ଟି ଗୋଚର ହେଉଥିବା ବେଳେ ବିଶେଷ କରି ପ୍ଲାଷ୍ଟିକକୁ ଗୁରୁତ୍ବ ଦେଉଛନ୍ତି ସମସ୍ତେ । ମାଛ ବଜାର ଠୁ ଆରମ୍ଭ କରି ପରିବା ମାର୍କେଟ ଚାରିଆଡେ ଖାଲି ପ୍ଲାଷ୍ଟିକ ହିଁ ପ୍ଲାଷ୍ଟିକ । ଏମିତିକି ଡଷ୍ଟବିନରେ କୁଢ଼ କୁଢ଼ ପ୍ଲାଷ୍ଟିକ ଆବର୍ଜନା ଦେଖିବାକୁ ମିଳୁଛି ।
ତେବେ ସରକାର ପ୍ଲାଷ୍ଟିକ ବ୍ୟବହାର ଉପରେ ଅଙ୍କୁଶ ଲଗାଇଥିବା ବେଳେ ଏତେ ପରିମାଣର ପ୍ଲାଷ୍ଟିକ ଆସୁଛି କେମିତି ? ଏହାସହିତ ଖାଦ୍ୟରେ ବି ପ୍ଲାଷ୍ଟିକ ଆସୁଛି । ତେବେ ଖାଉଟି ଙ୍କ କହିବାନୁସାରେ ଯଦି ରାଜ୍ୟ ସରକାର ବିକଳ୍ପ ପରିମାଣ କୁ ତ୍ବରାନିତ କରନ୍ତେ ତେବେ ପ୍ଲାଷ୍ଟିକର ଆମଦାନୀ କମି ପାରନ୍ତା । ଆଉ ଏକ ସୁସ୍ଥ ସମାଜର ଗଠନ ହୋଇପାରନ୍ତା ଏଥିରେ ସନ୍ଦେହ ନାହିଁ ।