ଓଡିଶା

odisha

ଯୁବପୀଢିଙ୍କୁ ଅନ୍ଧାରକୁ ଠେଲିଦେଲା ମହାମାରୀ

ସାରା ବିଶ୍ବକୁ ଘାରିଛି କୋରୋନା କାୟା। କେହି ଏଥିରୁ ବାଦ ପଡିନାହାଁନ୍ତି । ଅର୍ଥବ୍ୟବସ୍ଥାର ଅଣ୍ଟା ଭାଙ୍ଗିପଡିଥିବା ବେଳେ ସବୁ କ୍ଷେତ୍ରରେ ଦେଖାଦେଇଛି ଚିନ୍ତାଜନକ ପରିସ୍ଥିତି । ହେଲେ ମହାମାରୀ କୋରୋନା ପାଇଁ ବେଶି ପ୍ରଭାବିତ ହୋଇଛନ୍ତି ଯୁବପୀଢି । ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ...

By

Published : Jul 16, 2020, 1:27 PM IST

Published : Jul 16, 2020, 1:27 PM IST

Updated : Jul 16, 2020, 3:43 PM IST

ଯୁବପୀଢୀଙ୍କୁ ଅନ୍ଧାରକୁ ଠେଲିଦେଲା ମହାମାରୀ
ଯୁବପୀଢୀଙ୍କୁ ଅନ୍ଧାରକୁ ଠେଲିଦେଲା ମହାମାରୀ

କଟକ: ସାରା ବିଶ୍ବକୁ ଘାରିଛି କୋରୋନା କାୟା। କେହି ଏଥିରୁ ବାଦ ପଡିନାହାଁନ୍ତି । ଅର୍ଥବ୍ୟବସ୍ଥାର ଅଣ୍ଟା ଭାଙ୍ଗିପଡିଥିବା ବେଳେ ସବୁ କ୍ଷେତ୍ରରେ ଦେଖାଦେଇଛି ଚିନ୍ତାଜନକ ପରିସ୍ଥିତି । ହେଲେ ମହାମାରୀ କୋରୋନା ପାଇଁ ବେଶି ପ୍ରଭାବିତ ହୋଇଛନ୍ତି ଯୁବପୀଢି । ଅନେକ ଯୁବକ ଯୁବତୀଙ୍କ ସ୍ବପ୍ନକୁ ମାଟିରେ ମିଶାଇ ଦେଇଛି କୋରୋନା। କହିବାକୁ ଗଲେ କୋରୋନା ପ୍ରଭାବିତ କରିଛି ଯୁବକ ଯୁବତୀଙ୍କ ଭବିଷ୍ୟତକୁ । ସ୍ଥିତି ଏମିତିକି ମାନସିକ ଭାରସାମ୍ୟ ହରାଇବସୁଛନ୍ତି ଯୁବକ ଯୁବତୀ । ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ...

ଯୁବପୀଢୀଙ୍କୁ ଅନ୍ଧାରକୁ ଠେଲିଦେଲା ମହାମାରୀ

ମହାମାରୀ କୋରୋନା ପାଇଁ ଏବେ ସମସ୍ତେ ଚିନ୍ତାଗ୍ରସ୍ତ । ଜୀବନ ଜୀବିକା ଅସହାୟ ହୋଇପଡିଥିବା ବେଳେ ଆଜିର ଯୁବପୀଢୀଙ୍କ ଭବିଷ୍ୟତ ସ୍ବପ୍ନକୁ ଅଧାରୁ ଚୁରମାର କରିଦେଇଛି କୋରୋନା । କଟକର ସୌମ୍ୟା ମହାଲି...ରାଜ୍ୟ ବାହାରେ ଅର୍ଥନୀତି ଉପରେ ରିସର୍ଚ୍ଚ ଥିଲା ତାଙ୍କର ବଡ ସ୍ବପ୍ନ । ହେଲେ ଏହି ସ୍ବପ୍ନକୁ ଧୂଳିସାତ କରିବା ଦିଗରେ କୋରୋନା । ଏହି ମହାମାରୀ ପାଇଁ ନା ରାଜ୍ୟ ବାହାରକୁ ଯାଇ ହେଉଛି ନା କଟକଣା ଯୋଗୁଁ ସଠିକ ଭାବେ ପ୍ରସ୍ତୁତି କରିହେଉଛି, ଯାହାକୁ ନେଇ ମାନସିକ ଚାପଗ୍ରସ୍ତରେ ସୌମ୍ୟା ।

କେବଳ ସୌମ୍ୟା ନୁହଁନ୍ତି ତାଙ୍କ ପରି ଆଉ ଜଣେ ଦେଖୁଥିଲେ, ନିଜ ଭବିଷ୍ୟତକୁ ନେଇ ସୁନେଲି ସ୍ବପ୍ନ । ମୃତ୍ୟଞ୍ଜୟ ରାଉତ, ଯିଏ ପିଜି ସରିବା ପରେ କମ୍ପିଟେଟିଭ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ମାତ୍ର କୋରୋନା ପାଇଁ କମ୍ପିଟେଟିଭ ପରୀକ୍ଷା ଉପରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସ୍ଥଗିତାଦେଶ ଜାରି ହୋଇଛି। ବୟସ ବଢିଚାଲିଛି ହେଲେ ପରୀକ୍ଷା କେବେ ହେବ ସେନେଇ କିଛି ସ୍ପଷ୍ଟୋକ୍ତି କାହା ପାଖରେ ନାହିଁ । ତାଙ୍କ ସୁନେଲି ସ୍ବପ୍ନ ଉପରେ ଅନ୍ଧକାର ମାଡିଯାଇଥିବା କହିଛନ୍ତି ମୃତ୍ୟୁଞ୍ଜୟ । ଏମିତି ଅନେକ ଛାତ୍ରଛାତ୍ରୀ ଓ ଯୁବପୀଢୀ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ । ମାନସିକ ଭାରସାମ୍ୟ ହରାଉଥିବା ନେଇ ମଧ୍ୟ ନଜିର ରହିଛି । ତେବେ ଏଭଳି କ୍ଷେତ୍ରରେ ମାନସିକ ବିଭାଗର ବିଶେଷଜ୍ଞ କହିଛନ୍ତି ଯେ, ଏମିତି ଏକ ପ୍ରତିକୂଳ ସ୍ଥିତିରେ ପଜିଟିଭ ରହିବା ସହ କାଉନସେଲିଂ ଓ ଅଭିଭାବକଙ୍କ ସମର୍ଥନ ରହିବା ଆବଶ୍ୟକ ।


ବର୍ତ୍ତମାନ ସମୟରେ ସମସ୍ତଙ୍କ ମନରେ କରୋନା ଭୟ ଦେଖାଦେଇଛି । ଏହାକୁ ତାଳ ଦେଇ ଦେଶରେ ବେକାରୀ ସଂଖ୍ୟା ବଢୁଥିବା ବେଳେ ଚିନ୍ତାରେ ମାନସିକ ଭାରସାମ୍ୟ ହରାଉଛନ୍ତି ଯୁବପୀଢୀ । ଏପରିସ୍ଥଳେ ଚିନ୍ତା ନକରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jul 16, 2020, 3:43 PM IST

ABOUT THE AUTHOR

...view details