ଓଡିଶା

odisha

ETV Bharat / city

ଏସସିବି ମେଡିକାଲରୁ ଚମ୍ପଟ ମାରିଲା ବିଚାରଧୀନ କଏଦୀ - ମେଡିକାଲରୁ କଏଦୀ ଫେରାର

ପୋଲିସ ଗାର୍ଡକୁ ଚକମା ଦେଇ ଚିକିତ୍ସାଧିନ ଅବସ୍ଥାରେ ଏସସିବି ମେଡିକାଲରୁ ଚମ୍ପଟ ମାରିଲା ବିଚାରଧୀନ କଏଦୀ । ପଢନ୍ତୁ ଅଧିକ ରିପୋର୍ଟ...

Prisoner escape from SCB medical
ଏସସିବି ମେଡିକାଲରୁ ଚମ୍ପଟ ମାରିଲା ବିଚାରଧୀନ କଏଦୀ

By

Published : Jan 11, 2020, 2:50 PM IST

କଟକ: ଏସସିବି ମେଡିକାଲରୁ ଚମ୍ପଟ ମାରିଲା ବିଚାରଧୀନ କଏଦୀ । ସେ ହେଉଛନ୍ତି ଜଗତସିଂହପୁରର ଆଲୋକ କୁମାର ସାହୁ । ଆଜି ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥାନ୍ତା । ହେଲେ ପୋଲିସ ଗାର୍ଡକୁ ଚକମା ଦେଇ ସେ ଉଭା ହୋଇଯାଇଛନ୍ତି ।

ଗତ 4 ତାରିଖରେ ଏକ ଚୋରି ମାମଲାରେ ଆଲୋକଙ୍କୁ ଗିରଫ କରିଥିଲା ରଘୁନାଥପୁର ଥାନା ପୋଲିସ । ତେବେ ଶୌଚ ଯିବା ଆଳରେ ପାଇଖାନା ଭିତରେ ଥିବା ଫିନାଇଲ ପିଇ ଗୁରୁତର ହୋଇଥିଲା ସେ । ତେବେ ଆଲୋକକୁ ଗୁରତର ଭାବେ କଟକ ଏସସିବି ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ଏସସିବି ମେଡିକାଲରୁ ଚମ୍ପଟ ମାରିଲା ବିଚାରଧୀନ କଏଦୀ

ତେବେ ଆଜି କଏଦୀ ଏସସିବି ମେଡିକାଲରୁ ଚମ୍ପଟ ମାରିଛି । ଏହି ମାମଲାରେ ମଙ୍ଗଳାବାଗ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ତେବେ ଉକ୍ତ କଏଦୀକୁ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ଵର ସିଂ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details