କଟକ: ଚୌଦ୍ବାର ଜେଲରେ ପୁଣି ଅପରାଧି ଷଡଯନ୍ତ୍ର । ଜେଲ ଭିତରେ ଥାଇ ଅପରାଧର ମଞ୍ଜି ବୁଣି ଚାଲିଛି ଦୁର୍ଦ୍ଦାନ୍ତ ଅପରାଧି ଲିଟୁଆ ବେହେରା । ଧଳସାମନ୍ତର ପ୍ରମୁଖ ସହଯୋଗୀ କୁହାଯାଉଥିବା ଲିଟୁଆ ବେହେରା ଜେଲ ଭିତରେ ଥାଇ 50 ଲକ୍ଷ ଟଙ୍କା ଦାଦାବଟି ମାଗିବା ସହ ଜୀବନର ମାରିଦେବାକୁ ଧମକ ଦେଉଛି । ଏଭଳି ଅଭିଯୋଗ ଆସିବା ପରେ 4 ଜଣକୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ ।
ମହାନଦୀ ବିହାରର ଗୋପାଳ ଗୁପ୍ତା ନାମକ ଜଣେ ବ୍ୟକ୍ତିକୁ 50 ଲକ୍ଷ ଟଙ୍କା ଦାଦାବଟି ମାଗିବା ସହ ନ ଦେଲେ ଜୀବନରୁ ମାରିଦେବାକୁ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଚାଉଳିଆଗଞ୍ଜ ଥାନାରେ ଏତଲା ଦେବା ପରେ 4 ଜଣକୁ ଗିରଫ କରାଯାଇଥିବାବେଳେ, ଏଥିରୁ ଦୁଇ ଜଣ ଲିଟୁଆର ସହଯୋଗୀ ହୋଇଥିବାବେଳେ, ଅନ୍ୟ ଦୁଇ ଜଣ ଲିଟୁଆର ବାପା ମାଆ ।