ଓଡିଶା

odisha

ETV Bharat / city

ଟ୍ରାଫିକ କଟକଣାକୁ ନେଇ ଡିଜି ଅଫିସ ଘେରିବେ କଂଗ୍ରେସ ଓ ବାମଦଳ

କଟକରେ ଟ୍ରାଫିକ କଟକଣା ସହ ବିଭିନ୍ନ ସମସ୍ୟାକୁ ନେଇ ଆସନ୍ତା ୧୨ ତାରିଖରେ କଂଗ୍ରେସ ସମେତ ସିପିଆଇ, ସିପିଏମ ଓ ଓଡିଶା ସୁରକ୍ଷା ସେନା ଡିଜି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ।

By

Published : Sep 9, 2019, 8:58 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ସହରରେ ଲାଗୁ ହୋଇଥିବା ଟ୍ରାଫିକ କଟକଣା ସହ ବିଭିନ୍ନ ସମସ୍ୟାକୁ ନେଇ କଂଗ୍ରେସ ସହ 3ଟି ପ୍ରମୁଖ ଦଳ ଆନ୍ଦୋଳନକୁ ଓହ୍ଲାଇବେ । କଂଗ୍ରେସ, ସିପିଆଇ, ସିପିଏମ ଓ ଓଡିଶା ସୁରକ୍ଷା ସେନାର ମିଳିତ ଆନୁକୂଲ୍ୟରେ ଆସନ୍ତା ୧୨ ତାରିଖରେ ଡିଜି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହା ସହ କଟକ ସହର ମଧ୍ୟରେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରାଯିବ। ଏ ସଂପର୍କରେ ବାରବାଟୀ କଟକର ବିଧାୟକ ମହମ୍ମଦ ମୋକିମ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସହରରେ ରାସ୍ତାଘାଟ ମରାମତି କରାନଯାଇ ସାଧାରଣ ଲୋକଙ୍କ ଉପରେ ଫାଇନ ନାଁରେ ଜୁଲମ କରାଯାଉଥିବା ଅଭିଯୋଗ କରିଛନ୍ତି ଏହି ୩ ପ୍ରମୁଖ ଦଳ। ସେହିପରି କଟକ ସହରରୁ ପ୍ରମୁଖ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରାଯାଉଛି । ତେବେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଟ୍ରାଫିକ କଟକଣାକୁ କୋହଳ କରିବାକୁ ଦାବି କରିଛନ୍ତି ମହମ୍ମଦ ମୋକିମ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details