ଓଡିଶା

odisha

ETV Bharat / city

ମେଡିକାଲ ପ୍ରେସକ୍ରିପସନ କ୍ୟାପିଟାଲ ଲେଟରରେ ଲେଖ: ହାଇକୋର୍ଟ - ହାଇକୋର୍ଟ

ପ୍ରେସକ୍ରିପସନରେ ଅସ୍ପଷ୍ଟ ଲେଖା ଅନେକ ରୋଗୀ, ଫାର୍ମାସିଷ୍ଟ, ତଥା ଭିନ୍ନ ଭିନ୍ନ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ତେଣୁ ପ୍ରେସକ୍ରିପସନ କ୍ୟାପିଟାଲ ଲେଟରରେ ଲେଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ପଢନ୍ତୁ...

ମେଡିକାଲ ପ୍ରେସକ୍ରିପସନ କ୍ୟାପିଟାଲ ଲେଟରରେ ଲେଖ: ହାଇକୋର୍ଟ
ମେଡିକାଲ ପ୍ରେସକ୍ରିପସନ କ୍ୟାପିଟାଲ ଲେଟରରେ ଲେଖ: ହାଇକୋର୍ଟ

By

Published : Aug 13, 2020, 5:02 PM IST

କଟକ: ପ୍ରେସକ୍ରିପସନରେ ଅସ୍ପଷ୍ଟ ଲେଖା ଅନେକ ରୋଗୀ, ଫାର୍ମାସିଷ୍ଟ, ତଥା ଭିନ୍ନ ଭିନ୍ନ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ତେଣୁ ପ୍ରେସକ୍ରିପସନ କ୍ୟାପିଟାଲ ଲେଟରରେ ଲେଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ସରକାର ଓ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ସହ ବିଚାରବିମର୍ଶ କରି ଏକ ସରକୁଲାର ଜାରି କରିବାକୁ ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି।

ଚୋରା ମାଦକଦ୍ରବ୍ୟ କାରବାରରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ଥିବା ଜଣେ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି କରି ନିର୍ଦ୍ଦେଶରେ ହାଇକୋର୍ଟ ଏହା ସ୍ପଷ୍ଟ କରିଛନ୍ତି। ଅଭିଯୁକ୍ତଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟଜନିତ କାରଣ ଦର୍ଶାଇ ଜାମିନ ପାଇଁ ଆବେଦନ କରାଯାଇଥିଲା। ତେବେ ଏହି ମାମଲାର ଶୁଣାଣି ସମୟରେ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କର କଣ କଣ ଚିକିତ୍ସା ଚାଲିଛି ସେନେଇ ଡାକ୍ତରଙ୍କ ରିପୋର୍ଟ ତଲବ କରିଥିଲେ। ଡାକ୍ତରଙ୍କ ପ୍ରେସକ୍ରିପସନକୁ ଅଦାଲତରେ ଦାଖଲ କରାଯାଇଥିଲା । କିନ୍ତୁ ଡାକ୍ତରଙ୍କ ଲିଖିତ ପ୍ରେସକ୍ରିପସନ ଅସ୍ପଷ୍ଟ ଥିବାରୁ ଅଦାଲତରେ ପଢିବାରେ ସମସ୍ୟା ହୋଇଥିଲା । ଏଭଳି ଲେଖା ମେଡିକାଲ ରେକର୍ଡରେ ଏକ ଖରାପ ପ୍ରଭାବ ପକାଇଥାଏ ବୋଲି ଅଦାଲତ ମତ ରଖିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details