କଟକ:ରାତିପାହିଲେ ଓଡ଼ିଆ ଘରର ମୁଖ୍ୟ ପର୍ବ ରଜ । ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସାହ ଓ ଉଦ୍ଦୀପନାର ମାହୋଲ । ରଜକୁ ଧୁମଧାମରେ ପାଳିବା ପାଇଁ ଚାଲିଛି ସପିଂ । ସେପଟେ ହାତରେ ମେହେନ୍ଦୀ, ପାଦରେ ଅଳତା ଓ ମଥାରେ କୁଙ୍କୁମ ଲଗାଇ ସଜେଇ ହେଉଛି କୁଆଁରୀ ଝିଅ । 2 ବର୍ଷ ଧରି ରଜକୁ ଭଲଭାବେ ପାଳିନଥିବା କଟକବାସୀ ଏଥର ରଜକୁ ନେଇ ବେଶ ଉତ୍ସାହିତ ।
ସିଲଭରସିଟିରେ ରଜ ପାଇଁ ବଜାରରେ ଚାଲିଛି ସପିଂ । ନିଜ ମନ ପସନ୍ଦର ଡ୍ରେସ କିଣିବା ପାଇଁ ବାଉନ ବଜାର ତେପନ ଗଳିରେ ଥିବା ଛୋଟ ଦୋକାନଠୁ ଆରମ୍ଭ କରି ବଡ଼ ବଡ଼ ସପିଂ ମଲରେ ଲାଗିଛି ଭିଡ଼ । କିଏ ନିଜ ପାଇଁ ତ କିଏ ପରିବାର ସଦସ୍ୟଙ୍କ ପାଇଁ କିଣିବାରେ ବ୍ୟସ୍ତ । ଭଳିକି ଭଳି ଡ୍ରେସ ଆଇଟମ୍ ମଧ୍ୟ ରଜ ବଜାରକୁ ଆକର୍ଷଣୀୟ କରୁଛି । ତା' ସାଙ୍ଗକୁ ଅଫର ବର୍ଷା ଯାହା ଗ୍ରାହକ ମାନଙ୍କ ମନକୁ ଆମୋଦିତ କରୁଛି । ତେବେ ବଜାରରୁ ନୂଆ ଡ୍ରେସ କିଣି ଚଳିତବର୍ଷ ରଜକୁ ବେଶ ଧୁମଧାମରେ ପାଳିବା ପାଇଁ ଆଶା ରଖିଛନ୍ତି କଟକବାସୀ ।