ଓଡିଶା

odisha

ETV Bharat / city

ରାତିପାହିଲେ ନେତାଜୀଙ୍କ ୧୨୫ତମ ଜୟନ୍ତୀ, ଏଥର ଆକର୍ଷଣ ସାଜିବ ୬୦ ବର୍ଷ ତଳର ସ୍ମୃତି - netaji jayanti 2021

ଚଳିତବର୍ଷ ନେତାଜୀଙ୍କ ୧୨୫ ତମ ଜୟନ୍ତୀକୁ ମହାସମାରୋହରେ ଦେଶବ୍ୟାପି ପାଳନ କରାଯିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ତେବେ ଏଥର ଏହି ସଂଗ୍ରହାଳୟରେ ନୂଆ ଭାବେ ନେତାଜୀଙ୍କ ଝିଅଙ୍କ ୬ଟି ବିରଳ ଫଟୋକୁ ଦେଖିବାକୁ ପାଇବେ ଦର୍ଶକ । ଅଧିକ ପଢନ୍ତୁ...

netaji jayanti
୧୨୫ ତମ ନେତାଜୀଙ୍କ ଜୟନ୍ତୀ ଅବସରରେ ୬୦ ବର୍ଷ ତଳର ସ୍ମୃତି ଏଥର ଆକର୍ଷଣ

By

Published : Jan 22, 2021, 9:18 PM IST

କଟକ: ରାତି ପାହିଲେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଇଁ ଚଳଚଞ୍ଚଳ ଓଡ଼ିଆ ବଜାରରେ ଥିବା ନେତାଜୀ ମ୍ୟୁଜିୟମ । ବୀରତ୍ବ, ବଳିଦାନ, ଅଦମ୍ୟ ସାହସ ଓ ଅସୀମ ଦେଶପ୍ରେମର ଜ୍ବଳନ୍ତ ଉଦାହରଣ ଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଚଳିତବର୍ଷ ନେତାଜୀଙ୍କ ୧୨୫ ତମ ଜୟନ୍ତୀକୁ ମହାସମାରୋହରେ ଦେଶବ୍ୟାପି ପାଳନ କରାଯିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଜନ୍ମ ଜୟନ୍ତୀ ପାଳନରେ ଯୋଗଦେଇ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ତେବେ ଏଥର ଏହି ସଂଗ୍ରହାଳୟରେ ନୂତନ ଭାବେ ନେତାଜୀଙ୍କ ଝିଅ ଅନୀତାଙ୍କ ୬ ଟି ବିରଳ ଫଟୋକୁ ଦେଖିବାକୁ ପାଇବେ ଦର୍ଶକ ।

ରାତିପାହିଲେ ନେତାଜୀଙ୍କ ୧୨୫ତମ ଜୟନ୍ତୀ, ଏଥର ଆକର୍ଷଣ ସାଜିବ ୬୦ ବର୍ଷ ତଳର ସ୍ମୃତି

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନେତାଜୀଙ୍କ ଜନ୍ମ ଦିନକୁ ବେଶ ଧୁମଧାମରେ ପାଳନ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତିବର୍ଷ ପରି ଏଥର ମଧ୍ୟ ନେତାଜୀଙ୍କ ସମ୍ପର୍କରେ ନୂଆ ତଥ୍ୟ ରଖାଯାଇଛି। ଏକ ଷାଠିଏ ବର୍ଷ ତଳର ସ୍ମୃତି ସାମ୍ନାକୁ ଆସିଛି। ପ୍ରାୟ ୬୦ ବର୍ଷ ତଳେ ନେତାଜୀଙ୍କ ଏକ ମାତ୍ର ଝିଅ ଅନିତା ବୋଷ ଓ ତାଙ୍କ ପୁତୁରା ପ୍ରଦୀପ ବୋଷ କଟକ ଆସିଥିଲେ। ଶେଖବଜାରରେ ଧୀରେନ୍ଦ୍ର ନାଥ ସୁର ନାମକ ଜଣେ ବ୍ୟକ୍ତିଙ୍କ ସହ ନିବିଡ଼ ପାରିବାରିକ ସମ୍ପର୍କ ରହିଥିଲା। ତେବେ ଏହି ଫଟୋ ଗୁଡିକ ୧୧ ନମ୍ବର ଗ୍ୟାଲେରୀ ରେ ସ୍ଥାନିତ ହେବ। ସେହିପରି ନେତାଜୀ ଫୁଲକୁ ଭଲ ପାଉଥିବାରୁ ବଗିଚାରେ ବିଭିନ୍ନ ପ୍ରକାର ଫୁଲ ମଧ୍ୟ ପ୍ରସ୍ତୁତ କରାଯାଇଛି।

ଚଳିତବର୍ଷ ମଧ୍ୟ ନେତାଜୀଙ୍କ ଜୟନ୍ତୀ ଅବସରରେ ଲଳିତକଳା ଏକାଡେମୀ ପକ୍ଷରୁ ନେତାଜୀଙ୍କ ବିଭିନ୍ନ ଚିତ୍ର ପ୍ରଦର୍ଶନ କରାଯିବ ।ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ବଛା ବଛା ଚିତ୍ରଶିଳ୍ପୀଙ୍କୁ ନିୟୋଜିତ କରାଯାଇଛି । ପ୍ରାୟ ୧୫ ରୁ ୨୦ ଜଣ ଚିତ୍ରଶିଳ୍ପୀ ନେତାଜୀଙ୍କ ଫଟୋ ପ୍ରସ୍ତୁତ କରୁଛନ୍ତି । ଏହି ଫଟୋ ଗୁଡିକ ଦେଖିଲେ ପର୍ଯ୍ୟଟକ ମାନେ ନେତାଜୀଙ୍କ ବିରତ୍ବର କାହାଣୀ ମନେ ପକାଇପାରିବେ। ପ୍ରତ୍ୟକ ଦିନ ନେତାଜୀ ସଂଗ୍ରହାଳୟକୁ ୨୦୦ ପର୍ଯ୍ୟଟକ ବୁଲିପାରିବେ । କୋଭିଡ କଟକଣା ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details