କଟକ: ଚଳିତ ମାସ 12 ତାରିଖରେ ପାଳିତ ହେବାକୁ ଯାଉଛି ଇଦ୍ ଉଲ୍ ଜୁହା ପର୍ବ । ଯାହାକୁ ନେଇ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ । ତେବେ ଏହା ସଂଖ୍ୟାଲଘୁ ସମ୍ପ୍ରଦାୟରେ ଏକ ବଡ଼ ପର୍ବ ହୋଇଥିବାରୁ କମିଶନରେଟ ପୋଲିସ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ରହିବ। ତେବେ
ଏହି ଚ୍ୟାଲେଞ୍ଜକୁ ମଧ୍ୟ ବେଶ ଗୁରୁତର ସହ ନେଇଛି କମିଶନରେଟ ପୋଲିସ ।
ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଟକ ଗତ ବର୍ଷ ମଧ୍ୟ ବେଶ ସୁରୁଖୁରୁରେ ସମାପ୍ତ ହୋଇଥିଲା ପର୍ବ । ଯେଉଁଥିରେ ବେଶ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିଲା କମିଶନରେଟ ପୋଲିସ । ତେଣୁ ଚଳିତ ବର୍ଷ ମଧ୍ୟ ଯେପରି କୌଣସି ସମସ୍ୟା ନଉପୁଜେ ସେନେଇ ତତ୍ପର ରହିଛି କମିଶନରେଟ ପୋଲିସ ବୋଲି କହିଛନ୍ତି ଡିସିପି ।
ତେବେ ଏହି ପର୍ବକୁ ଦୃଷ୍ଟିରେ ରଖି ପର୍ବ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ମସଜିଦ ନିକଟରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବଳୟ ମୁତୟନ କରାଯିବା ସହ ସଂଖ୍ୟାଲଘୁ ବହୁଳ ଅଞ୍ଚଳରେ ସିଏମସି ପକ୍ଷରୁ ସଫେଇ ବ୍ୟବସ୍ଥା ବ୍ୟାପକ କରାଯାଇଛି । ଏଥିସହ ବିଜୁଳି ବତୀ, ଡ୍ରେନ ସଫା କାର୍ଯ୍ୟ ମଧ୍ୟ ସମୟ ଥାଇ ଶେଷ କରାଯିବ ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ