ଓଡିଶା

odisha

ETV Bharat / city

ଜଳବନ୍ଦୀ ପୌରାଞ୍ଚଳ: ଟ୍ୟୁବରେ ହସ୍ପିଟାଲ ପହଞ୍ଚିଲେ ପ୍ରସୂତି - pregnant woman rescue

ମହିଳା ନିଜ ଗର୍ଭ ଯନ୍ତ୍ରଣା ଯୋଗୁଁ ସମସ୍ୟାରେ ପଡିଛନ୍ତି । ଗର୍ଭ ବେଦନା ବଢି ଚାଲିଥିବାବେଳେ ମହିଳା ଅନେକ କଷ୍ଟର ସମ୍ମୁଖୀନ ହୋଇଥିଲେ । ଅଧିକ ପଢନ୍ତୁ...

ମିଳିଲାନି ସରକାରୀ ସାହାଯ୍ୟ,ଟ୍ୟୁଵ ରେ ବୁହାହେଲେ ଗର୍ଭବତୀ ମହିଳା

By

Published : Oct 25, 2019, 11:49 PM IST

କଟକ: ଗର୍ଭବତୀଙ୍କ ଲାଗି ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି । କିନ୍ତୁ ପ୍ରକୃତରେ ଏହାର କେତେ ଲାଭ ମହିଳାଙ୍କୁ ମିଳୁଛି ତାହା ବିଭିନ୍ନ ଘଟଣାରୁ ପ୍ରମାଣିତ ହୋଇଛି । ଅନେକ ସମୟରେ ବିଭିନ୍ନ ସ୍ଥାନରେ ଗର୍ଭବତୀ ଭାର ଅଥବା ଖଟିଆରେ ବୁହା ହେବା ଘଟଣା ଦେଖିବାକୁ ମିଳୁଛି । କଟକ ଚୌଦ୍ଵାର ଶିବାଜୀ ନଗର ଅଞ୍ଚଳରେ ଘଟିଛି ସମାନ ଘଟଣା ।

ମିଳିଲାନି ସରକାରୀ ସାହାଯ୍ୟ,ଟ୍ୟୁଵ ରେ ବୁହାହେଲେ ଗର୍ଭବତୀ ମହିଳା

ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ହୋଇଥିଲା ଅଞ୍ଚଳ । ଜଳଘେରରେ ଥିଲେ 20ଟି ପରିବାର । 2 ଦିନ ଜଳବନ୍ଦୀ ସତ୍ତ୍ବେ ଉଦ୍ଧାର ଲାଗି ଚୌଦ୍ବାର ପୌରପାଳିକା କିଛି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । ଜଣେ ଗର୍ଭବତୀ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହେବା ଯୋଗୁଁ ସମସ୍ୟାରେ ପଡିଥିଲେ ପରିବାର । ସରକାରୀ ସାହାଯ୍ୟ ଆଶାରେ ପରିବାର ଥିବାବେଳେ କୌଣସି ପ୍ରକାର ସହାୟତା ମିଳିନଥିଲା । ପାଣି ଘେରରୁ ମହିଳାଙ୍କୁ ବାହାର କରିବା ଅସମ୍ଭବ ହୋଇପଡିବାରୁ ବାଧ୍ୟ ହୋଇ ଟ୍ୟୁବର ସାହାଯ୍ୟ ନିଆଯାଇଥିଲା । ମହିଳାଙ୍କ ସ୍ବାମୀ ପଡୋଶୀଙ୍କ ସହାୟତାରେ ୨ଟି ଗାଡି ଟ୍ୟୁବରେ ଭେଳା କରି ମହିଳାଙ୍କୁ ପାଣିଘେରରୁ ବାହାରକୁ ଆଣିଥିଲେ । ଏହାପରେ ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସୂଚନାଯୋଗ୍ୟ ଯେ ଜିଲ୍ଲାର ଚୌଦ୍ଵାର ଅଞ୍ଚଳରେ ଲଘୁଚାପ ପ୍ରଭାବରେ ଦୁଇ ଦିନ ଲଗାଣ ବର୍ଷା ଲାଗି ରହିଛି । ଫଳରେ ଚୌଦ୍ବାର ପୌରପାଳିକାର ଶିବାଜୀ ନଗର, ନୂଆ କପାଳେଶ୍ବର, ଧୂମାବତୀ ନଗର, ମୁଣ୍ଡମାଳ, ନୁନଟିକରି, ନୂଆସାହି ଆଦି ୱାର୍ଡରେ ପାଣି ପଶି ସମସ୍ୟା ସୃଷ୍ଟି କରିଛି । ରାସ୍ତାରେ ଆଣ୍ଠୁଏ ପାଣି ଚାଲିଥିବାବେଳେ ଲୋକଙ୍କ ଘରେ ମଧ୍ୟ ପାଣି ଢେଉ ଭାଙ୍ଗୁଛି । ମାତ୍ର 2 ଦିନ ହେବ ଲୋକଙ୍କ ସାହାଯ୍ୟ ଲାଗି ପୌରପାଳିକା ପହଞ୍ଚିନଥିବା ଅଭିଯୋଗ ହୋଇଛି ।

କଟକରୁ ନାରୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details