ଓଡିଶା

odisha

ETV Bharat / city

ପଟାପୋଲରୁ ମାତୃଭବନ ଯାଏଁ ବକ୍ସ ଡ୍ରେନ ନିର୍ମାଣ ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ - ପ୍ରତାପ ଜେନା

କଟକର ପଟାପୋଲ ଠାରୁ ମାତୃଭବନ ଯାଏଁ ବକ୍ସ ଡ୍ରେନ ତିଆରି ନେଇ କ୍ୟାବିନେଟ ମଞ୍ଜୁରୀ ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା । କଟକର ବିକାଶରେ ଏକ ନୂତନ ଫର୍ଦ୍ଦ ଯୋଡିହେଲା ବୋଲି କହିଲେ ମନ୍ତ୍ରୀ । ଅଧିକ ପଢନ୍ତୁ...

ପଟ୍ଟାପୋଲରୁ ମାତୃଭବନ ଯାଏଁ ବକ୍ସ ଡ୍ରେନ ନିର୍ମାଣ ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ
ପଟ୍ଟାପୋଲରୁ ମାତୃଭବନ ଯାଏଁ ବକ୍ସ ଡ୍ରେନ ନିର୍ମାଣ ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ

By

Published : Jun 10, 2021, 9:07 AM IST

କଟକ:ସିଲଭର ସିଟିରେ ବକ୍ସ ଡ୍ରେନ ପାଇଁ କ୍ୟାବିନେଟ ନିଷ୍ପତ୍ତି ପରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା । ପଟାପୋଲ ଠାରୁ ମାତୃଭବନ ଯାଏଁ ରହିଥିବା ୩.୪ କିମି କେନାଲ ଉପରେ ପ୍ରସ୍ତୁତ ହେବ ବକ୍ସ ଡ୍ରେନ । ବକ୍ସ ଡ୍ରେନ ଉପରେ ଓସାରିଆ ରାସ୍ତା ନିର୍ମାଣ ହେବ । ଯଦ୍ବାରା କଟକ ସହରର ଟ୍ରାଫିକ ସମସ୍ୟା ଓ ବର୍ଷା ସମୟରେ ଜଳବନ୍ଦୀ ସମସ୍ୟା ଦୂର ହେବ । ଏଥିପାଇଁ ୪୫୦ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି ।

ପଟ୍ଟାପୋଲରୁ ମାତୃଭବନ ଯାଏଁ ବକ୍ସ ଡ୍ରେନ ନିର୍ମାଣ ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ
ତେବେ ଏହି ପ୍ରକଳ୍ପ କଟକର ବିକାଶରେ ଆଉ ଏକ ନୂତନ ଫର୍ଦ୍ଦ ଯୋଡ଼ିଛି । ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା ପାଇଁ କଟକବାସୀ ସରକାରଙ୍କ ପାଖରେ ସର୍ବଦା ଋଣୀ । ଏହି ପ୍ରକଳ୍ପ ନିଶ୍ଚୟ କଟକର ଅନେକ ଅସୁବିଧାକୁ ଦୂର କରିବ ବୋଲି କହିଛନ୍ତି ମନ୍ତ୍ରୀ । ଏହାସହ ଦେଢ଼ ବର୍ଷ ମଧ୍ୟରେ ଜାଇକା ଏହି କାମ ଶେଷ ହେବା ପାଇଁ ସ୍ଥିର କରାଯାଇଛି । ତେବେ ବୁଧବାର ସର୍କିଟ ହାଉସରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଗାମୀ ଦିନରେ କିପରି ସହର ମୌସୁମୀ ସମୟରେ ଜଳବନ୍ଦୀ ସମସ୍ୟା ନ ଉପୁଜିବ ସେନେଇ ମଧ୍ୟ ମନ୍ତ୍ରୀ ପ୍ରତାପ ଜେନା ବିଧାୟକ ଓ ସାଂସଦଙ୍କ ସହ କଥା ହୋଇଥିଲେ । ଏହି ବୈଠକରେ ବିଧାୟକ ସୌଭିକ ବିଶ୍ୱାଳ, ସାଂସଦ ସୁବାସ ସିଂ, ବିଧାୟକ ଚନ୍ଦ୍ର ସାରଥୀ ବେହେରା, ମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ରହିବା ସହ କ୍ୟାବିନେଟ ନିଷ୍ପତିକୁ ସ୍ୱାଗତ କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details