କଟକ:ପ୍ରଦୀପ ପାଣିଗ୍ରାହୀ ଓକିଲଙ୍କୁ ଭେଟିବା ମାମଲାର ଶୁଣାଣିର ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ମାମଲାର ଗୁରୁତ୍ବ ଦୃଷ୍ଟିରୁ ବିସ୍ତୃତ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ। ଫେବ୍ରୁଆରି ୧୮ରେ ହେବ ମାମଲାର ବିସ୍ତୃତ ଶୁଣାଣି।
ସୂଚନା ଅନୁଯାୟୀ, ହାଇକୋର୍ଟରେ ପ୍ରଦୀପ ପାଣିଗ୍ରାହୀ ଓକିଲଙ୍କୁ ଭେଟିବା ମାମଲାରେ ଓକିଲ ମହକିଲ ଏକାନ୍ତରେ ଭେଟି ପାରିବେ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ତେବେ ଗୁରୁବାର ଏହି ମାମଲାର ଶୁଣାଣିଥିଲା। ତେବେ ଫେବ୍ରୁଆରି ୧୮ରେ ମାମଲାର ବିସ୍ତୃତ ଶୁଣାଣି କରିବାରୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।