ଓଡିଶା

odisha

ETV Bharat / city

ଫେରିଲା ଲକଡାଉନ୍, ହାଣ୍ଡିଶାଳରେ ଚଡକ; ବଢିଲା ଆଳୁ-ପିଆଜ ଦର - kଟକ ଛତ୍ରବଜାର

ଲକଡାଉନ ଆଳରେ ଆଳୁ ପିଆଜ ଉପରେ ମହଙ୍ଗା ମାଡ । ଅସାଧୁ ଉପାୟ ଅବଲମ୍ବନ କରି ବିକ୍ରୟ ହେଉଛି ଆଳୁ ପିଆଜ । ଦୁଇ ଦିନରେ ଆଳୁ ପିଆଜ ଦର ୩ କିଲୋପ୍ରତି ୩୦ ଟଙ୍କା ବୃଦ୍ଧି । ଯାହାକୁ ନେଇ ଚିନ୍ତାରେ ଖାଉଟି । ଅଧିକ ପଢନ୍ତୁ...

ହାଣ୍ଡିଶାଳରେ ଚଡକ, ବଢିଲା ଆଳୁ-ପିଆଜ ଦର
ହାଣ୍ଡିଶାଳରେ ଚଡକ, ବଢିଲା ଆଳୁ-ପିଆଜ ଦର

By

Published : May 6, 2021, 7:53 PM IST

କଟକ: ଓଡିଶାକୁ ପୁଣି ଫେରିଛି ଲକଡାଉନ । ଲକଡାଉନକୁ 2 ଦିନ ହେଇଥିବା ବେଳେ ବଜାରରେ ଆରମ୍ଭ ହେଲାଣି କଳାବଜାରୀ । 2ଦିନ ପୂର୍ବରୁ ଆଳୁ ୩ କିଲୋ ପ୍ରତି ୪୦ ରୁ ୪୫ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ତାହା ଏବେ ବୃଦ୍ଧି ପାଇ 70-90ରେ ପହଞ୍ଚିଛି । ସେହିପରି ପିଆଜ ୩ କିଲୋପ୍ରତି ୬୦ ରୁ ୭୦ ଥିବା ବେଳେ ତାହା ଏବେ ୯୦ ରୁ ୧୦୦ ଟଙ୍କା ଚଢା ଦରରେ ବିକ୍ରୟ ହେଉଛି । ଯାହା ସାଧାରଣ ଖାଉଟିଙ୍କ ହାଣ୍ଡିଶାଳରେ ସିଧା ସଳଖ ମାଡ ହୋଇଛି ।

ଫେରିଲା ଲକଡାଉନ୍, ହାଣ୍ଡିଶାଳରେ ଚଡକ; ବଢିଲା ଆଳୁ-ପିଆଜ ଦର

ଏନେଇ ଖୁଚୁରା ବ୍ୟବସାୟୀ କହିଛନ୍ତି ଗୋଦାମରେ ଦର ବୃଦ୍ଧି ଯୋଗୁଁ ଏପରି ଦର ବୃଦ୍ଧି ଘଟିଛି । ଗୋଦାମରେ ବସ୍ତା ପିଛା ୯ ଶହ ରୁ ୯୨୫ ଟଙ୍କା ଟଙ୍କା ନେଉଛନ୍ତି । ସେପଟେ ଛତ୍ରବଜାର ପରିବା ବ୍ୟବସାୟୀ ସଂଘ କହିଛନ୍ତି ଆଳୁ ବସ୍ତା ପିଛା ୮ ଶହ ଦରରେ ଗୋଦାମରେ ବିକ୍ରୟ ହେଉଛି । ଲକଡାଉନ କାରଣରୁ ପୂର୍ବ ଅପେକ୍ଷା ଆଳୁ ଗାଡି ଆସୁନାହିଁ । ଫଳରେ ଦର ଟିକେ ଅଧିକ ରହୁଛି । ଲକଡାଉନ ହଟିଲେ ଆଳୁ ଦର ନିୟନ୍ତ୍ରଣକୁ ଆସିବ ।

ଖୁଚୁରା ବ୍ୟବସାୟୀ ଓ ଛତ୍ରବଜାର ପରିବା ବ୍ୟବସାୟୀ ସଂଘର ସମ୍ପାଦକଙ୍କ ତଥ୍ୟରେ ତାଳମେଳ ରହୁନଥିବା ବେଳେ ଏବେ ପ୍ରଶ୍ନ ଉଠୁଛି କିଏ କହୁଛି ସତ ? ସେପଟେ ଏହାକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ସାଧାରଣ ଲୋକେ । ସେପଟେ ବଜାରରେ କଳାବଜାରୀ ଆରମ୍ଭ ହୋଇଥିବା ବେଳେ ନିଦା ଵିଷ୍ଣୁ ସାଜିଛି ଯୋଗାଣ ବିଭାଗ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details