ଓଡିଶା

odisha

ETV Bharat / city

Mahanga Murder Case: ଆସିଲା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ, ହତ୍ୟା ସମୟରେ ମୃତକମାନେ କରିଥିଲେ ପ୍ରତିରୋଧ - ମାହାଙ୍ଗା ଗଣ ହତ୍ୟା ମାମଲା

ମାହାଙ୍ଗା ଗଣହତ୍ୟା ମାମଲାରେ ଆଜି ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ହତ୍ୟାକାଣ୍ଡ ସମୟରେ ମୃତକ ମାନେ ପ୍ରତିରୋଧ କରିଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି । ଅଧିକ ପଢନ୍ତୁ

postmortem report of mahanga mass murder case
Mahanga Murder Case: ଆସିଲା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ, ହତ୍ୟା ସମୟରେ ମୃତକମାନେ କରିଥିଲେ ପ୍ରତିରୋଧ

By

Published : Apr 19, 2022, 11:24 AM IST

Updated : Apr 19, 2022, 11:40 AM IST

କଟକ: ମାହାଙ୍ଗା ଗଣହତ୍ୟା ମାମଲାର ଆସିଲା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ। ରିପୋର୍ଟ ଅନୁସାରେ ମୃତକଙ୍କ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ରହିଛି। ସଭିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ହତ୍ୟାକାଣ୍ଡ ସମୟରେ ମୃତକ ମାନେ ପ୍ରତିରୋଧ କରିଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି। ତେବେ ବିଷକ୍ରିୟା ଯୋଗୁଁ ମୃତ୍ୟୁ ନେଇ ରିପୋର୍ଟରେ ଉଲ୍ଲେଖ ନାହିଁ।

ଧାରୁ ଅସ୍ତ୍ରରେ କ୍ଷତ ହୋଇ ସମସ୍ତଙ୍କ ମୃତୁ ଘଟିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ହତ୍ୟାକାଣ୍ଡ ସମୟରେ ନିଜକୁ ବଞ୍ଚାଇବାକୁ 5 ଜଣ ମୃତକ ଅନେକ ପ୍ରୟାସ କରିଥିବା ସହ ଅଭିଯୁକ୍ତ ଶିବକୁ ନେହୁରା ହୋଇଥିଲେ। ଏହି ହତ୍ୟାକାଣ୍ଡରେ ଅନ୍ୟ ଜଣେ ବ୍ୟକ୍ତି ସାମିଲ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 19, 2022, 11:40 AM IST

ABOUT THE AUTHOR

...view details