କଟକ: ଶ୍ମଶାନରେ ଲାଗିଛି ନବୀନ ଓ ମୋଦିଙ୍କ ପୋଷ୍ଟର । କଟକ ଜିଲ୍ଲା ଖାନନଗରେ ଥିବା ଶ୍ମଶାନ ଦ୍ବାରର ଦୁଇପାଖରେ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପୋଷ୍ଟର ଲଗାଯାଇଛି । କୋଭିଡରେ ମୃତ୍ୟୁବରଣ କରୁଥିବା ସାଧାରଣ ଲୋକଙ୍କ ପାଇଁ କେବଳ ଏହି ଦୁଇ ସରକାର ଦାୟୀ ବୋଲି କହିଛି କଂଗ୍ରେସ ।
ବାଃ ବାଃ ନେବାକୁ ଯାଇ ସରକାର ସାଧାରଣ ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଉଛନ୍ତି । ଯାହା ଏକ ହୀନ ରାଜନୀତି ବୋଲି ସ୍ପଷ୍ଟ କହିଛି କଂଗ୍ରେସ । ଏହା ସହିତ ଟିକାକୁ ନେଇ ରାଜନୀତି ନ କରାଯାଉ ବୋଲି କହିଛି କଟକ ଜିଲ୍ଲା ଛାତ୍ର କଂଗ୍ରେସ ।