କଟକ: ଆଉ ଦିନ କେଇଟା ପରେ ବିଭିନ୍ନ ମଣ୍ଡପରେ ପୂଜା ପାଇବେ ଗଜାନନ । ଦୁଇ ବର୍ଷର କୋରୋନା କଟକଣା ପରେ ଭକ୍ତମାନେ ସିଧାସଳଖ ଯାଇ ଠାକୁରଙ୍କୁ ଦର୍ଶନ କରିପାରିବେ। ଆଧ୍ୟାତ୍ମିକ ମନୋଭାବ ନେଇ ଶୃଙ୍ଖଳିତ ଭାବେ ପାଳନ କରିବା ଉପରେ କମିଶନରେଟ ପୋଲିସ ଗୁରୁତ୍ବାରୋପ କରିଛି । ଅଶୋଭନୀୟ ଗଣେଶ ମୂର୍ତ୍ତି ତିଆରି କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଉଭୟ ମୂର୍ତ୍ତି କାରିଗର ଏବଂ କ୍ଲବ କର୍ମକର୍ତ୍ତାଙ୍କୁ ଚେତାଇ ଦେଉଛି (police warned for action against deformed ganesh idol making in cuttack) ।
ଚଳିତ ଥର କଟକ ସହରରର ଅନେକ କ୍ଳବ ଓ କମିଟି ବେଶ ଉତ୍ସାହର ସହ ଗଣେଶ ପୂଜା ପାଳନ କରିବେ । ତେବେ କିଛି ଲୋକ ଭକ୍ତି ଓ ଶ୍ରଦ୍ଧା ନୁହେଁ ବରଂ ସଉକ ପାଇଁ ପୂଜା ପାଳୁଥିବା ଦେଖିବାକୁ ମିଳୁଛି । ଅଶୋଭନୀୟ ମୂର୍ତ୍ତି ପାଇଁ କାରିଗରଙ୍କୁ ବାଇନା ଦେଉଛନ୍ତି । କାରିଗର ମଧ୍ୟ ଟଙ୍କା ଲୋଭରେ ପୁଷ୍ପା ଷ୍ଟାଇଲ, ବାହୁବଳୀ, କୋର୍ଟ ସୁଟ ପିନ୍ଧା ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି (deformed ganesh idol) । ଯାହାକୁ ବେଶ ଗୁରୁତର ଭାବରେ ନେଇଛି ପୋଲିସ । ଏପରି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୂଚାଇ ଦେଇଛନ୍ତି । କେବଳ ସେତିକି ନୁହେଁ ବଳପୂର୍ବକ ଚାନ୍ଦା ଆଦାୟ, ନିଶା ସେବନ, ଉଚ୍ଚ ସ୍ବରରେ ଡିଜେ ବଜାଇବା ସର୍ବୋପରି ଅପରାଧଗତ କାର୍ଯ୍ୟକଳାପ ଉପରେ କଡା ନଜର ରଖିବାପାଇଁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ:ଏଥର ଭକ୍ତଙ୍କ ଗହଣରେ ଜମିବ ଗଣେଶ ପୂଜା, ଗାଇଡଲାଇନ ମାନିବାକୁ BMCର ଅନୁରୋଧ