କଟକ: ଲକଡାଉନ ଓ ସଟଡାଉନ ପାଇଁ ସାଧାରଣ ଜନତାଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଥିବାରୁ ଏହାକୁ ନଜରରେ ରଖି ଦେଶବ୍ୟାପୀ କୋହଳ ହୋଇଛି ନିୟମ । ତଥାପି ଲୋକେ ନିଜ ଦାୟିତ୍ବ ବୁଝିବା ବଦଳରେ ଦିନକୁ ଦିନ ଅଧିକ ବେପରୁଆ ମନୋଭାବ ପୋଷଣ କରୁଥିବା ଦେଖାଯାଉଛି । ଏମିତିରେ ସିଲଭର ସିଟି ଅହରହ ଭାଙ୍ଗୁଛି କୋରୋନା କଟକଣା ଓ ସାଧାରଣ ସୁରକ୍ଷା ନିୟମ । ଏନେଇ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଉଠିଛି ପୋଲିସର ରଣହୁଙ୍କାର । ସହରରେ ଯେଉଁଠି ଭିଡ ହେଉଛି ସେଠାତରେ ପହଞ୍ଚୁଛି ପୋଲିସ ।
ସିଲଭର ସିଟିରେ ପୋଲିସର ରଣହୁଙ୍କାର, କଡା ଚେକିଂ ଜାରି - ସିଲଭର ସିଟିରେ ପୋଲିସ ଚେକିଂ
ଲକଡାଉନ ଓ ସଟଡାଉନ ପାଇଁ ସାଧାରମ ଜନତାଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଥିବାରୁ ଏହାକୁ ନଜରରେ ରଖି ଦେଶବ୍ୟାପୀ କୋହଳ ହୋଇଛି ନିୟମ । ଏନେଇ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଉଠିଛି ପୋଲିସର ରଣହୁଙ୍କାର । ସହରରେ ଯେଉଁଠି ଭିଡ ହେଉଛି ସେଠାରେ ପହଞ୍ଚୁଛି ପୋଲିସ ।

ସିଲଭର ସିଟିରେ ପୋଲିସର ରଣହୁଙ୍କାର, କଡା ଚେକିଂ ଜାରି
ସିଲଭର ସିଟିରେ ପୋଲିସର ରଣହୁଙ୍କାର, କଡା ଚେକିଂ ଜାରି
କେବଳ ସେତିକି ନୁହେଁ, ଯେଉଁଠି ଲୋକେ ବିନା ମାସ୍କରେ ବୁଲୁଛନ୍ତି ସେଠି ମଧ୍ୟ ଅତର୍କିତ ଆଟାକ କରୁଛି ପୋଲିସ । ସହରର ବିଭିନ୍ନ ଥାନା ଅଧୀନରେ ଏହି କ୍ରମରେ ଗୁରୁବାର କଡା ଚେକିଂ ହୋଇଥିବା ଜଣା ପଡିଛି । ଏହାରି ଭିତରେ ଅନେକ ଦୋକାନ ମଧ୍ୟ ସିଲ କରିଛି ପୋଲିସ । ଏଥିରେ ରହିଛି ବକ୍ସି ବଜାରର ଏକ କେକ ଦୋକାନ ଓ ନୟା ସଡକସ୍ଥିତ ଏକ ମେଡିସିନ ଷ୍ଟୋର । ଅଧିକ ଗହଳି ପାଇଁ ଏହି ଦୋକାନ ଗୁଡିକୁ ସିଲ କରିଛି ସିଏମସି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ । ତେବେ ଯିଏ ବି କୋଭିଡ ନିୟମ ଉଲଂଘନ କରିବ ସେ ଏହିଭଳି ତଣ୍ଡ ଗଣିବା ନିଶ୍ଚୟ ବୋଲି ସୂଚନା ଦେଇଛି ପୋଲିସ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ