ଓଡିଶା

odisha

By

Published : May 10, 2022, 8:58 AM IST

ETV Bharat / city

ଟାଙ୍ଗୀ ଟୋଲଗେଟ୍‌ରୁ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ, ଜଣେ ଗିରଫ

ଟାଙ୍ଗୀ ଟୋଲଗେଟରୁ ୭୫ କେଜି ଗଞ୍ଜେଇ ଜବତ । ଗଞ୍ଜେଇ ଜବତ କଲା କଟକ ଅବକାରୀ ଗୁଇନ୍ଦା ବିଭାଗ । ଅଧିକ ପଢନ୍ତୁ

ଟାଙ୍ଗୀ ଟୋଲଗେଟରୁ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ, ଜଣେ ଗିରଫ
ଟାଙ୍ଗୀ ଟୋଲଗେଟରୁ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ, ଜଣେ ଗିରଫ

କଟକ:ଟାଙ୍ଗୀ ଟୋଲଗେଟରୁ ୭୫ କେଜି ଗଞ୍ଜେଇ ଜବତ । ଗଞ୍ଜେଇ ଜବତ କଲା କଟକ ଅବକାରୀ ଗୁଇନ୍ଦା ବିଭାଗ । ଏହି ମାମଲାରେ ଜଣଙ୍କୁ ଗିରଫ କରିଛି ଅବକାରୀ ଗୁଇନ୍ଦା ବିଭାଗ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗଞ୍ଜେଇକୁ ଫୁଲବାଣୀରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବାବେଳେ ଟାଙ୍ଗୀ ଟୋଲଗେଟରେ ଚଢାଉ କରିଥିଲେ ଅବକାରୀ ଗୁଇନ୍ଦା ବିଭାଗ ।

ଟାଙ୍ଗୀ ଟୋଲଗେଟରୁ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ, ଜଣେ ଗିରଫ

ସୂଚନା ଅନୁଯାୟୀ, ଏକ ଦାମୀ କାରରେ ଏହି ଗଞ୍ଜେଇ ଚାଲାଣ ହେଉଥିଲା । ଅନ୍ଯପଟେ ଗିରଫ ଚାଲାଣକାରୀ ହେଉଛନ୍ତି ଯୋଗେଶ୍ଵର ହାଲଦାର । ଗିରଫ ଅଭିଯୁକ୍ତର ଘର ଫୁଲବାଣୀରେ ବୋଲି ଜଣାପଡିଛି । ତେବେ କଟକ ଅବକାରୀ ଗୁଇନ୍ଦା ବିଭାଗ କିଛିଦିନ ତଳେ ୧୨୫ କେଜି ଗଞ୍ଜେଇ ଓ ୧୩୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ABOUT THE AUTHOR

...view details