କଟକ:ରାତି ପାହିଲେ ମୁସଲିମ ଧର୍ମାବଲମ୍ବୀଙ୍କ ବଡ ପର୍ବ ଇଦ୍ । ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜେଇହେଲାଣି ରାଜ୍ୟର ବିଭିନ୍ନ ମସଜିଦ୍ । ଏହି କ୍ରମରେ ଭାଇଚାରାର ସହର କଟକରେ ମଧ୍ୟ ବ୍ୟାପକ ଆୟୋଜନ ହେଉଛି ।
ଇଦ୍ରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସହରରେ ମୋଟ ୪ଟି ଏଡ୍ ପୋଷ୍ଟ ସହ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଏହାସହ ଷ୍ଟାଟିକ୍ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।