କଟକ:ମାହାଙ୍ଗା ଡବଲ ମର୍ଡର ଘଟଣାରେ ଦୋଷୀଙ୍କୁ ଘଣ୍ଟ ଘଡ଼ାଉଛି ପୋଲିସ । ଘଟଣାକୁ ବର୍ଷେ ବିତି ଯାଇଥିଲେ ସୁଦ୍ଧା ଉଭୟ ପରିବାରକୁ ନ୍ୟାୟ ମିଳି ପାରିନାହିଁ । କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ସଭାରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସ୍ମୃତି ସଭାରେ ଭିସି ଜରିଆରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ସ୍ମୃତି ସଭା ଅବସରରେ ନୃତ୍ତଙ୍ଗ ଗାଁ ମୁଣ୍ଡରେ କୂଳମଣୀ ବରାଳଙ୍କର ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି । ତା ସହିତ ଏକ ସ୍ମୃତି ସ୍ମରଣୀକା ଉନ୍ମୋଚିତ ହୋଇଛି । ଏହି ସ୍ମୃତି ସଭାକୁ ନେଇ ଟ୍ବିଟ୍ କରି ମଧ୍ୟ ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ସେ ଟ୍ବିଟ୍ କରି ଲେଖିଛନ୍ତି ଯେ,"କୁଳମଣି ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ସ୍ୱର୍ଗତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପ୍ରଥମ ବାର୍ଷିକ ସ୍ମୃତି ସଭାରେ ଭିସି ଜରିଆରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି । ଗରିବ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ଏହି ଦିବଙ୍ଗତ ବିଜେପି ନେତାଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ।"