ଓଡିଶା

odisha

ETV Bharat / city

ପୋଲିସ ବାବୁଙ୍କ ଦାଦାଗିରି

ପୋଲିସବାବୁଙ୍କ ଦବଙ୍ଗଗିରି । ବିଚ ରାସ୍ତା ବାଡେଇ ମାରିଲେ ଅଟୋ ଚାଳକକୁ । ଘଟଣାଟିକୁ ପୋଲିସ କମିଶନର ଗୁରୁତ୍ବର ସହ ନେଇ ତଦନ୍ତ କରିବେ ବୋଲି ଜଣାପଡିଛି ।

By

Published : Mar 24, 2019, 2:11 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ


କଟକ : ଆଇନକୁ ନାଲି ଆଖି । କ୍ଷମତା ଦୂରୁପଯୋଗ କରି ପୋଲିସବାବୁଙ୍କ ଦାଦାଗିରି। ବିଚ ରାସ୍ତାରେ ଚାପୁଡା ସହ ତଣ୍ଟିଆ ମାରିଲେ ପୋଲିସ। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସଙ୍କ କାରନାମାକୁ ଉପରେ ଉଠିଛି ପ୍ରଶ୍ନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ବାଦାମବାଡି ଛକ ନିକଟରେ ଅଟୋ ଡ୍ରାଇଭରଟି ଗାଡିକୁ ପାର୍କ କରି କିଛି କାମରେ ଯାଇଥିଲେ । ସେଠାରୁ ସେ ଫେରିବା ପରେ ଜଗି ବସିଥିଲେ ପୋଲିସ । ଚାଳକଟି କିଛି ବୁଝିବା ଓ ଜାଣିବା ପୂର୍ବରୁ ଛେଚି ପକାଇଲେ ଖାକିବର୍ଦ୍ଦି ବାବୁ । ତେବେ କଣ ଥିଲା ସେହି ଚାଳକର ଭୁଲ ଯାହାକୁ ନେଇ ଏତେ ଉତକ୍ଷିପ୍ତ ହୋଇଗଲେ ପୋଲସି।

ସେପଟେ, ଘଟଣାକୁ ନେଇ ପୋଲିସ କମିଶନର ଗୁରୁତ୍ବସହ ନେଇଛନ୍ତି। କେଉଁ ପରିସ୍ଥିତିରେ ଓ କାହିଁକି ଏପରି ଘଟିଲା ତାହାର ସମ୍ପୂର୍ଣ ତଦନ୍ତ କରିବେ। ଏଥିସହ ଠୋସ ପ୍ରମାଣ ମିଳିଲେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କମିଶନର।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details