ଓଡିଶା

odisha

ETV Bharat / city

ଅର୍ଦ୍ଧେନ୍ଦୁ ଦାସଙ୍କ ବିରୁଦ୍ଧରେ ଠକେଇ ମାମଲା, ପୁରୀଘାଟ ଥାନାରେ ମାମଲା ରୁଜୁ - ଅର୍ଦ୍ଧେନ୍ଦୁ ଦାସଙ୍କ ବିରୁଦ୍ଧରେ ଠକେଇ ମାମଲା

ଅଡୁଆରେ ବେସରକାରୀ ନ୍ୟୁଜ ଚ୍ୟାନେଲର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ । କଟକ ପୁରୀଘାଟ ଥାନାରେ ମାମଲା ରୁଜୁ କଲେ ବ୍ୟବସାୟୀ । ଅଧିକ ପଢନ୍ତୁ

ଅର୍ଦ୍ଧେନ୍ଦୁ ଦାସଙ୍କ ବିରୁଦ୍ଧରେ ଠକେଇ ମାମଲା, ପୁରିଘାଟ ଥାନାରେ ମାମଲା ରୁଜୁ
ଅର୍ଦ୍ଧେନ୍ଦୁ ଦାସଙ୍କ ବିରୁଦ୍ଧରେ ଠକେଇ ମାମଲା, ପୁରିଘାଟ ଥାନାରେ ମାମଲା ରୁଜୁ

By

Published : Jun 28, 2022, 3:49 PM IST

Updated : Jun 28, 2022, 8:19 PM IST

କଟକ: ବେସରକାରୀ ନ୍ୟୁଜ ଚ୍ୟାନେଲର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ପାଇଁ ବଢିଲା ଅଡୁଆ । ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି । କଟକ ପୁରିଘାଟ ଥାନାରେ ଏହି ମାମଲା ଦାୟର କରିଛନ୍ତି କଟକ ଜାଉଁଳିଆପଟିରେ ପ୍ଲାଏଉଡ୍ ବ୍ୟବସାୟ କରୁଥିବା ନିଶିଥ ଅଗ୍ରୱାଲ । ଅଭିଯୋଗ ମୁତାବକ, 2020 ମସିହା ଅକ୍ଟୋବର ମାସରେ ଅର୍ଦ୍ଧେନ୍ଦୁ ବ୍ୟବସାୟୀଙ୍କ ଠାରୁ 11 ଲକ୍ଷ ଟଙ୍କାର ପ୍ଲାଏଉଡ଼ ନେଇଥିଲେ । ଏହି ବାବଦରେ ଅର୍ଦ୍ଧେନ୍ଦୁ ତାଙ୍କୁ 4 ଲକ୍ଷ 40 ହଜାର ଟଙ୍କା ପ୍ରଦାନ କରିଥିଲେ । କିନ୍ତୁ ବାକି ଥିବା 6 ଲକ୍ଷ 60 ହଜାର ଟଙ୍କା ଦେବାକୁ ମନା କରୁଥିଲେ । ଏପରିକି ଟଙ୍କା ମାଗିବା ସମୟରେ ସେ ଓ ତାଙ୍କର ପରିଚାଳକ କୀର୍ତ୍ତି ରାୟ ତାଙ୍କୁ ଧମକ ଦେଉଥିବାର ଅଭିଯୋଗ କରିଛନ୍ତି ।

ଅର୍ଦ୍ଧେନ୍ଦୁ ଦାସଙ୍କ ବିରୁଦ୍ଧରେ ଠକେଇ ମାମଲା, ପୁରୀଘାଟ ଥାନାରେ ମାମଲା ରୁଜୁ

ଅଭିଯୋଗ ପରେ ଅର୍ଦ୍ଧେନ୍ଦୁ ଦାସ ଓ କୀର୍ତି ରାୟଙ୍କ ବିରୁଦ୍ଧରେ IPC ର ଧାରା 420, 406 ଓ 506 ଧାରାରେ ମାମଲା ରୁଜୁ କରାଯାଇଛି । ଜୋନ 6ର ACP ଅମରେନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି ।

Last Updated : Jun 28, 2022, 8:19 PM IST

ABOUT THE AUTHOR

...view details