ଓଡିଶା

odisha

ETV Bharat / city

ଲକଡାଉନରେ ସହଯୋଗ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ପୋଲିସ ଡ଼ିଜି - ପୋଲିସ ଡ଼ିଜି ଅଭୟ

ଲକ ଡାଉନ ସମୟରେ ସହଯୋଗ କରିବା ପାଇଁ ଓଡ଼ିଶାର ଜନ ସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓଡିଶା ପୋଲିସ ଡ଼ିଜି । ଅଧିକ ପଢନ୍ତୁ...

police-dgp-thanks-people-for-cooperation-in-lock-down
ଲକଡାଉନରେ ସହଯୋଗ ପାଇଁ ଓଡିଶାବାସୀଙ୍କୁ ଧନ୍ୟବାଦ ଦେଲେ ପୋଲିସ ଡ଼ିଜି

By

Published : Mar 28, 2020, 9:12 PM IST

କଟକ: ଲକଡାଉନ ସମୟରେ ସହଯୋଗ କରିବା ପାଇଁ ଓଡ଼ିଶାର ଜନ ସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓଡିଶା ପୋଲିସ ଡ଼ିଜି। ଏହି ସମୟରେ ନିଜର ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିବା ସମସ୍ତ ଡାକ୍ତର ନର୍ସ ମେଡିକାଲ କର୍ମଚାରୀଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି ।

ଲକଡାଉନରେ ସହଯୋଗ ପାଇଁ ଓଡିଶାବାସୀଙ୍କୁ ଧନ୍ୟବାଦ ଦେଲେ ପୋଲିସ ଡ଼ିଜି

ଏହି ଲକଡାଉନ ସମୟରେ ନିଜର ଅଭିଯୋଗ ପାଇଁ ଥାନା ଓ ଏସପି ଅଫିସ ଆସିବା ଅସମ୍ଭବ ବୋଲି ଅଭୟ ପ୍ରକାଶ କରିଛନ୍ତି । ତେଣୁ ରାଜ୍ୟବାସୀଙ୍କ ପାଇଁ ୫୦୦ଟି ହେଲ୍ପଲାଇନ ନମ୍ବର ଜାରି ହୋଇଛି । ଏହା ପୋଲିସ ୱେବସାଇଟରେ ଉପଲବ୍ଧ ରହିଥିବା ସେ ପ୍ରକାଶ କରିଛନ୍ତି । ଏଥିରେ କେବଳ ଆଇନଶୃଙ୍ଖଳା ଜନିତ କଲ କରିବା ପାଇଁ ଶ୍ରୀ ଅଭୟ ଅନୁରୋଧ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details