କଟକ: ପୋଲିସ କନେଷ୍ଟବଳଙ୍କ ଉନ୍ମତ୍ତକାଣ୍ଡ । ହାତରେ କଟୁରି ଧରି ସହକର୍ମୀଙ୍କୁ ଆକ୍ରମଣ ଉଦ୍ୟମ କଲେ ପୋଲିସ କନେଷ୍ଟବଳ । ଶେଷରେ ନିଜକୁ ନିଜେ କଲେ କ୍ଷତାକ୍ତ । ଏଭଳି ଘଟଣା ଘଟିଛି କଟକ ସଦର ଥାନା ବାରାକରେ । ଆହତ କନେଷ୍ଟବଳ ଜଣଙ୍କ ହେଉଛନ୍ତି ଚମ୍ପକ ମାଝୀ ।
କନେଷ୍ଟବଳଙ୍କ ଉନ୍ମତ୍ତକାଣ୍ଡ, ସହକର୍ମୀଙ୍କୁ ଆକ୍ରମଣ ଉଦ୍ୟମ କରି ନିଜକୁ କଲେ ଆହତ - ନିଜକୁ ଆହତ କଲେ ପୋଲିସ କନେଷ୍ଟବଳ
ହାତରେ କଟୁରି ଧରି ସହକର୍ମୀଙ୍କୁ ଆକ୍ରମଣ ଉଦ୍ୟମ ପରେ ନିଜକୁ ନିଜେ କଲେ କ୍ଷତାକ୍ତ କଲେ ପୋଲିସ କନେଷ୍ଟବଳ । ଅଧିକ ପଢନ୍ତୁ
କନେଷ୍ଟବଳଙ୍କ ଉନ୍ମତ କାଣ୍ଡ, ସହକର୍ମୀଙ୍କୁ ଆକ୍ରମଣ ଉଦ୍ୟମ କରି ନିଜକୁ କଲେ ଆହତ
କନେଷ୍ଟବଳଙ୍କ ଉନ୍ମତ କାଣ୍ଡ, ସହକର୍ମୀଙ୍କୁ ଆକ୍ରମଣ ଉଦ୍ୟମ କରି ନିଜକୁ କଲେ ଆହତ
ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ କନଷ୍ଟେବଳ ଜଣଙ୍କ କଟୁରି ଧରି ତାଙ୍କ ସହକର୍ମୀଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ । କିନ୍ତୁ ଶେଷରେ ନିଜକୁ କଟୁରିରେ କ୍ଷତାକ୍ତ କରିବାରୁ ଆହତ ହୋଇଥିଲେ । ଏନେଇ କନେଷ୍ଟବଳ ଚମ୍ପକ ମାଝିକୁ କଟକ SCB ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ପୂର୍ବରୁ ମଧ୍ୟ ଏଭଳି କାମ କରି ନିଜ ପଦବୀରୁ ୨ଥର ନିଲମ୍ବିତ ହୋଇଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ