କଟକ: ସିଲଭର ସିଟିରେ ବଢୁଛି କୋରୋନା ସଂକ୍ରମଣ । ଯେଉଁଥିରେ ଅଧିକ ମାତ୍ରାରେ କୋରୋନା ଯୋଦ୍ଧାମାନେ ସଂକ୍ରମିତ ହେଉଛନ୍ତି । ଅମାନିଆଙ୍କୁ ସାବାଡ କରିବାକୁ ଯାଇ ଏବେ ପୋଲିସ ବାହିନୀ କୋରୋନା ବଳୟରେ । ଯାହାକୁ ନଜରରେ ରଖି ପୋଲିସ ପାଇଁ ଏକ ନୂତନ ଗାଇଡଲାଇନ ଜାରି ହୋଇଛି ।
ସଚେତନତାର ସହ ଚାଲିଛି ଚେକିଂ ବ୍ଳକିଂ: ଡିସିପି - ଡିସିପି
ସିଲଭର ସିଟିରେ ବଢୁଛି କୋରୋନା ସଂକ୍ରମଣ । କୋରୋନା ଯୋଦ୍ଧା ସାଜିଥିବା ପୋଲିସ କର୍ମଚାରୀ ଏବେ ସଂକ୍ରମିତ ହେଉଛନ୍ତି । ଯାହା ଏବେ ଚିନ୍ତା ବଢାଇଛନ୍ତି । ଏପଟେ ପୋଲିସ ପାଇଁ ଜାରି ହେଲା ନୂଆ ଗାଇଡଲାଇନ ।
ସଚେତନ ରହି ଚାଲିଛି ଚେକିଂ ବ୍ଳକିଙ୍ଗ
ଏହି ଗାଇଡ ଲାଇନ ଅନୁସାରେ, ପୋଲିସ ଏବେ ବିନା କାହାକୁ ଛୁଇଁ ଲୋକଙ୍କୁ ପଚାର ଉଚୁରା କରିବେ । ଦୂରରେ ରହି ସେମାନଙ୍କ ଯାଞ୍ଚ ପ୍ରକ୍ରିୟା ପୂରା କରିବେ । ଏହା ବ୍ୟତୀତ ମେସିନରେ ଫାଇନ କାଟିବା ପାଇଁ ମଧ୍ୟ ପୋଲିସଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଦ୍ବାରା ପୋଲିସ କର୍ମଚାରୀଙ୍କ ମଧ୍ୟ ସଂକ୍ରମଣ ରୋକି ହେବ ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ