କଟକ:ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସାଇବର ଅପରାଧ । ତେବେ ଏହି ଅପରାଧ ଘଟିବା ସଂଖ୍ୟା ଅନ୍ୟ ସ୍ଥାନମାନଙ୍କ ଅପେକ୍ଷା ଟ୍ବିନ ସିଟିରେ ଅଧିକ । ବିଶେଷ କରି ବରିଷ୍ଠ ନାଗରିକମାନେ ସାଇବର ଠକଙ୍କ ଜାଲରେ ପଡ଼ି ସର୍ବସ୍ବାନ୍ତ ହେଉଛନ୍ତି । ତେବେ ଏହି ଭଳି ଅପରାଧକୁ ପ୍ରତିହତ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛି କମିଶନରେଟ ପୋଲିସ । ବରିଷ୍ଠ ନାଗରିକଙ୍କୁ ଏପରି ଠକେଇ ସମ୍ପର୍କରେ ସଚେତନ କରିବା ପାଇଁ ଏକ କଟକରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା କମିଶନରେଟ ପୋଲିସ । ଆଜି ଏଥିରେ ସହରର ଅନେକ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ , କଟକ ଡିସିପି ପ୍ରତୀକ ସିଂଙ୍କ ସମେତ କଟକ ପୋଲିସର ଅନ୍ୟ କିଛି ଅଧିକାରୀ ଆଜିର କାର୍ଯ୍ୟକ୍ରମରେ ଲୋକଙ୍କ ସାଇବର କ୍ରାଇମ ସମ୍ପର୍କରେ ସଚେତନ କରାଇଥିଲେ ।
ସାଇବର କ୍ରାଇମ ରୋକିବାକୁ ପୋଲିସର ସଚେତନତା କାର୍ଯ୍ୟକ୍ରମ - କଟକ ସହର ଖବର
ବଢୁଛି ସାଇବର କ୍ରାଇମ । ରୋକିବାକୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଲା କଟକ ପୋଲିସ । ପ୍ରଥମ ପର୍ଯ୍ୟାୟରେ ସଚେତିତ ହେଲେ ବରିଷ୍ଠ ନାଗରିକ । ଅଧିକ ପଢନ୍ତୁ...
ତେବେ ପୂର୍ବବର୍ଷ ତୁଳନାରେ ବର୍ତ୍ତମାନ ସାଇବର କ୍ରାଇମ ଏକ ବିଶାଳ ସମସ୍ୟା ହୋଇ ଉଭା ହୋଇଛି । ବିଭିନ୍ନ କାରଣ ପାଇଁ ଏହି ଅପରାଧର ସଂଖ୍ୟା ବୃଦ୍ଧି ପାଇ ଚାଲିଥିବାବେଳେ ଅପରାଧ ଘଟାଉଥିବା ଲୋକଙ୍କ ପାଖରେ ପହଁଞ୍ଚିବା ମଧ୍ୟ ପୋଲିସ ପାଇଁ କାଠିକର ପାଠ ହୋଇଛି । ଫଳରେ କାଁଭାଁ କିଛି ମାମଲାକୁ ବାଦ ଦେଲେ ଅଧିକାଶଂ ମାମଲାରେ ପୋଲିସରେ ଅଭିଯୋଗ କଲେ ମଧ୍ୟ ଠକେଇ ଅର୍ଥ ଫେରି ପାଉନାହାନ୍ତି ଠକେଇର ଶିକାର ହୋଇଥିବା ବ୍ୟକ୍ତି । ତେବେ ଏପରି ସମସ୍ୟାର ସମାଧାନ ପାଇଁ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି । ତେଣୁ ଲୋକଙ୍କୁ ସଚେତନ କରିବା କାର୍ଯ୍ୟକ୍ରମକୁ ଜୋରଦାର କରିଛି କମିଶନେଟ ପୋଲିସ । ଏହି କ୍ରମରେ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ କଟକରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲା ପୋଲିସ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ