କଟକ: ପୁରୀ ବଡ଼ଦାଣ୍ଡରେ ପରିବା ବିକ୍ରେତା ଓ ସାମ୍ବାଦିକଙ୍କୁ ପୋଲିସର ମାଡ ମାରିବା ପ୍ରସଙ୍ଗ । ଘଟଣାରେ ବ୍ୟକ୍ତିଗତ ଭାବେ ତଦନ୍ତ କରିବେ ପୁରୀ ଏସପି କନୱର ବିଶାଳ ସିଂ । ତଦନ୍ତ ନିର୍ଦ୍ଦେଶ ଦେଲା ପୋଲିସ ମୁଖ୍ୟାଳୟ । ତଦନ୍ତ କରି ତୁରନ୍ତ ଏକ ରିପୋର୍ଟ ଦାଖଲ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ରିପୋର୍ଟ ପାଇବା ପରେ ହିଁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ସାମ୍ବାଦିକଙ୍କୁ ପୁରୀ ପୋଲିସର ମାଡ ଘଟଣା, ତଦନ୍ତ କରିବେ ଏସପି କନୱର ବିଶାଳ ସିଂ - puri sp investigation
ପୁରୀ ବଡଶଙ୍ଖ ପରିବା ବଜାରରେ କୋରୋନା ଚେକିଂ ଆଳରେ ପରିବା ବିକ୍ରେତା ଓ ସାମ୍ବାଦିକଙ୍କୁ ପୋଲିସର ମାଡ ଘଟଣା । ବ୍ୟକ୍ତିଗତ ଭାବେ ତଦନ୍ତ କରିବେ ପୁରୀ ଏସପି । ଅଧିକ ପଢନ୍ତୁ...
ସାମ୍ବାଦିକଙ୍କୁ ପୁରୀ ପୋଲିସର ମାଡ ଘଟଣା, ତଦନ୍ତ କରିବେ ଏସପି କନୱାର ବିଶାଳ ସିଂ
ସୂଚନାଥାଉ କି, ବୁଧବାର ପୁରୀ ବଡଶଙ୍ଖ ପରିବା ବଜାରରେ କୋରୋନା ଚେକିଂ ଆଳରେ ପୋଲିସ ଉଠା ପରିବା ଦୋକାନୀଙ୍କୁ ମାଡ ମାରିବା ସହ ପରିବାପତ୍ର ଫୋପାଡି ଦେଇଥିଲା । ଜଣେ ସାମ୍ବାଦିକ ଏହି ଘଟଣା ସମ୍ପର୍କରେ ପୋଲିସକୁ ପଚାରିବାରୁ ତାଙ୍କୁ ମଧ୍ୟ ପୋଲିସ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ