ଓଡିଶା

odisha

ସଜେଇ ହେଉଛି ସିଲିଭର ସିଟି, ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପୋଲିସର ପ୍ରସ୍ତୁତି

ରଙ୍ଗୀନ ଆଲୋକମାଳା ସହ ସୁନ୍ଦର ସାଜସଜାରେ ଚମକୁଛି ସିଲିଭର ସିଟି । ରାତି ପାହିଲେ ମହାମାୟୀଙ୍କ ମହାସପ୍ତମୀ । ସିଲଭର ସିଟିକୁ ଛୁଟିବ ହଜାର ହଜାର ଭକ୍ତଙ୍କ ସୁଅ । ସୂକ୍ଷ୍ମ ତାରକସିର ଚାନ୍ଦି ମେଢ଼ ଦେଖିବାକୁ ଭାଇଚାରାର ସହରରେ ଜମିବ ଶ୍ରଦ୍ଧାଳୁଙ୍କ ଭିଡ଼ । ଏପଟେ ସୁରକ୍ଷା ସ୍ଥିତ ସହିତ ଭିଡ଼କୁ ନିୟନ୍ତ୍ରଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଦୈତ୍ବ ନଗରୀ ପୋଲିସ ।

By

Published : Oct 4, 2019, 11:03 PM IST

Published : Oct 4, 2019, 11:03 PM IST

ଡ଼ିଜାଇନ ଫଟୋ

କଟକ: ଶନିବାର ମହାସପ୍ତମୀ । ଭାଇଚାରାର ସହର କଟକରେ ସୂକ୍ଷ୍ମ ତାରକସି କାମରେ ପ୍ରସ୍ତୁତ ଚାନ୍ଦି ମେଢ଼ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ଭିଡ଼ ନିୟନ୍ତ୍ରଣ ସହ ଶାନ୍ତି ଶୃଙ୍ଖଳାର ସହ ଭକ୍ତ ମାନେ କିଭଳି ମାଙ୍କ ଦର୍ଶନ କରିବେ ସେନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର । ସହରରେ 3 ଶହ ଅଫିସର ସହ 57 ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ବୈଠକରେ ନିଷ୍ପତି ହୋଇଛି ।

ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପୋଲିସର ପ୍ରସ୍ତୁତି

ବିଶେଷକରି ଚାନ୍ଦି ମେଢ଼ ଦେଖିବାପାଇଁ ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଢ଼ାଳୁ ଆସିବେ । ତେବେ ଭିଡ଼ ନିୟନ୍ତ୍ରଣ ସହ ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ । ଆଜି କଟକ ଇଣ୍ଡୋର ଷ୍ଟାଡିୟମ ରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର। ନିୟୋଜିତ ହୋଇଥିବା ପୋଲିସ କର୍ମଚାରୀ ମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ କିଭଳି ଡ୍ୟୁଟି ସ୍ଥାନରେ ପହଞ୍ଚିବେ ଭିଡ଼ କମିଲେ ଡ୍ୟୁଟି ପୋଷ୍ଟରୁ କିଭଳି ରିଲିଜ ହେବେ ସେନେଇ ପୋଲିସ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି କମିଶନର । ସେହିପରି କିଭଳି ଭିଡ଼ ନିୟନ୍ତ୍ରଣ କରାଯିବ ଓ ଶ୍ରଦ୍ଧାଳୁ ମାନେ ଯେପରି ଶାନ୍ତି ଶୃଙ୍ଖଳାରେ ମାଙ୍କୁ ଦର୍ଶନ କରିପାରିବେ ସେନେଇ ପୋଲିସ କର୍ମଚାରୀଙ୍କୁ ପାଠ ପଢ଼ାଇଛନ୍ତି କମିଶନର । କେବଳ ସେତିକି ନୁହେଁ ପୂଜା ମଣ୍ଡପ କର୍ମକାର୍ତ୍ତା ଙ୍କ ସହ ସମନ୍ୱୟ ରଖିବା ସହ ମାର୍ଜିତ ବ୍ୟବହାର କରିବାକୁ ପରାମର୍ଶ ମଧ୍ୟ ଇଛନ୍ତି।

ସେହିପରି ପ୍ରତି ଚାନ୍ଦି ମେଢ଼ ଥିବା ମଣ୍ଡପ ଗୁଡିକରେ ବନ୍ଧୁକ ଧାରୀ ପୋଲିସ ମୁତୟନ କରାଯିବ । 3ଟି ଷ୍ଟ୍ରାଇକିଂ ପୋଲିସ ଫୋର୍ସ ମଙ୍ଗଳାବାଗ,ଦରଘାଵଜ଼ାର ଓ ପୁରିଘାଟ ଥାନାରେ ରଖାଯିବ । ପୂଜା ସମୟରେ ସହର ମଧ୍ୟରେ 30 ଟି ସହାୟତା କେନ୍ଦ୍ର ଖୋଲାଯିବ ସହିତ ଭସାଣୀ ସମୟରେ ଅଧିକ 7 ଟି ସହାୟତ କେନ୍ଦ୍ର ଖୋଲାଯିବ। ସହର ମଧ୍ୟରେ ଟ୍ରାଫିକ ବ୍ୟବସ୍ଥା ଉପରେ ନଜର ରଖାଯିବ। କିଛି କିଛି ସ୍ଥାନରେ ଟ୍ରାଫିକ କଟକଣା କରାଯିବ। ତେବେ ରାତ୍ରି ସମୟରେ ପେଟ୍ରୋଲିଂ କୁ କଡାକଡି କରାଯିବ। ଏଥିପାଇଁ 2 ଅଫିସରଙ୍କୁ ପେଟ୍ରୋଲିଂ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି କଟକ ଡିସିପି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details