ଓଡିଶା

odisha

ETV Bharat / city

ରେଭେନ୍ସାରେ ଯୁକ୍ତ ଦୁଇ ନାମଲେଖା ଆରମ୍ଭ

ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ଅନୁସାରେ ଆଜି(ବୁଧବାର)ଠୁ ରେଭେନ୍ସା ଜୁନିୟର କଲେଜରେ ନାମଲେଖା ଆରମ୍ଭ ହୋଇଛି । କଳା, ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମ ପାଇଁ ଆଜି ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Jul 3, 2019, 6:20 PM IST

କଟକ: ଆରମ୍ଭ ହୋଇଛି ଯୁକ୍ତ ଦୁଇ ପାଠ୍ୟକ୍ରମ ପାଇଁ ନାମଲେଖା । ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ଅନୁସାରେ ଆଜି(ବୁଧବାର)ଠୁ ରେଭେନ୍ସା ଜୁନିୟର କଲେଜରେ ନାମଲେଖା ଆରମ୍ଭ ହୋଇଛି । କଳା, ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମ ପାଇଁ ଆଜି ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ନାମଲେଖା ସମୟରେ ଇଣ୍ଟିମେସନ କପି ସର୍ଭର କାମ ନକରିବାରୁ ଅନେକ ଛାତ୍ରଛାତ୍ରୀ ଆତଙ୍କିତ ହୋଇପଡିଥିଲେ । ପରେ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଆପ୍ଲିକାଣ୍ଟ କପି ସାହାଯ୍ୟରେ ନାମ ଲେଖାଇଛନ୍ତି ଛାତ୍ରଛାତ୍ରୀ । ତେବେ 3ରୁ 6 ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ଏହାଛଡା ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା 12 ରୁ 16 ଓ 20 ତାରିଖରେ ସ୍ପଟ ଆଡମିଶନ ହେବ ବୋଲି ଜଣାପଡିଛି ।


ସୂଚନା ଅନୁଯାୟୀ, ଚଳିତବର୍ଷ ଯୁକ୍ତ ଦୁଇ ପାଠ୍ୟକ୍ରମ ପାଇଁ 3 ଲକ୍ଷ 75 ହଜାର 958 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details