ଓଡିଶା

odisha

ETV Bharat / city

ଆସିଲା ରିପୋର୍ଟ, ଫୁଲବାଣୀ ଛାତ୍ରଙ୍କ ରକ୍ତନମୁନା ନେଗେଟିଭ - phulbani students report negetive

ଆସିଲା ଫୁଲବାଣୀର କୋରୋନା ସନ୍ଦିଗ୍ଧ ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ। ଫୁଲବାଣୀ ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ନେଗେଟିଭ, ରିପୋର୍ଟ ନେଇ DMET ଡାକ୍ତର ସି.ବି.କେ. ମହାନ୍ତିଙ୍କ ସୂଚନା। ଅଧିକ ଖବର ପଢନ୍ତୁ...

corona vairus _negetive
ଆସିଲା ରିପୋର୍ଟ, ଫୁଲବାଣୀ ଛାତ୍ରଙ୍କ ରକ୍ତନମୁନା ନେଗେଟିଭ

By

Published : Feb 4, 2020, 9:57 PM IST

କଟକ: ଏସସିବିରେ ଚିକିତ୍ସିତ ହେଉଥିବା ଚୀନ ଫେରନ୍ତା ଡାକ୍ତର ଛାତ୍ରଙ୍କ ରକ୍ତନମୁନା ନେଗେଟିଭ ବାହାରିଛି। ସମ୍ପୃକ୍ତ ଛାତ୍ରଙ୍କର ରକ୍ତନମୁନା ସଂଗ୍ରହ କରି ପୁନେ ପଠାଯାଇଥିଲା। ଆଜି ଏହି ରିପୋର୍ଟରେ ନେଗେଟିଭ ଆସିଥିବା ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି।

ଆସିଲା ରିପୋର୍ଟ, ଫୁଲବାଣୀ ଛାତ୍ରଙ୍କ ରକ୍ତନମୁନା ନେଗେଟିଭ

ତେବେ ସମ୍ପୃକ୍ତ ଡାକ୍ତରୀ ଛାତ୍ରଙ୍କୁ କେବେ ଡିସଚାର୍ଜ କରାଯିବ ସେନେଇ ପଲ୍ୟୁମନାରୀ ବିଭାଗର ବିଭାଗୀୟ ମୁଖ୍ୟ ନିଷ୍ପତ୍ତି ନେବେ ବୋଲି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ଛାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିବା ସହ କୋରୋନା ୱାର୍ଡରେ ଚିକିତ୍ସିତ ହେଉଥିବା ଅନ୍ୟଜଣ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି।

ଫୁଲବାଣୀ ଛାତ୍ରଙ୍କ ରକ୍ତନମୁନା ନେଗେଟିଭ

୨ରୁ ୩ ଦିନ ମଧ୍ୟରେ ତାଙ୍କ ରକ୍ତନମୁନା ଜଣାପଡିବା ପରେ ଯଦି ତାଙ୍କର ନେଗେଟିଭ ବାହାରେ ତାଙ୍କୁ ଡିସଚାର୍ଜ କରାଯିବ। ଏବେ ଏସସିବି କୋରୋନା ବିଭାଗରେ ସମୁଦାୟ ୨ ଜଣ ଅଛନ୍ତି ବୋଲି ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।

କଟକରୁ ନାରାୟଣ ସାହୁ ଓ ଭୁବନେଶ୍ବର ବିକାଶ ଦାସଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details