କଟକ: ଢିଙ୍କିଆ ବିବାଦ ମାମଲାର ହାଇକୋର୍ଟରେ ଆଜି ଶୁଣାଣି ହୋଇଛି। ହାଇକୋର୍ଟରେ ଦାଏର ହୋଇଥିବା ୩ ଟି ଯାକ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି। ଜଗତସିଂହପୁର ଜିଲ୍ଲାପାଳ ମଧ୍ୟ କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି।
ଆଇନଜୀବୀ କ୍ଷୀରୋଦ ମହାନ୍ତି ଏବଂ ଅନ୍ୟମାନଙ୍କ ପକ୍ଷରୁ ଦାଏର ମାମଲାରେ କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି। ତେବେ ସ୍ଥାନୀୟ ମହିଳା କୁନି ମଲ୍ଲିକଙ୍କ ମାମଲାରେ ସରକାର ପକ୍ଷରୁ ଜବାବ ଦାଖଲ କରାଯାଇଛି। ତେବେ ପ୍ରତି ଜବାବ ରଖିବାକୁ ଆବେଦନକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।
ଜାନୁଆରୀ ୩୧ ତାରିଖ ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଭୟରେ ଗ୍ରାମର ଲୋକମାନେ ଉପଯୁକ୍ତ ଚିକିତ୍ସା ପାଇପାରୁନଥିବା ନେଇ ଆବେଦନକାରୀ ସତ୍ୟପାଠ ରେ ଦର୍ଶାଇଥିଲେ।