ଓଡିଶା

odisha

ETV Bharat / city

ଫିଟିପାରେ ବାଟ, ସୁପ୍ରିମକୋର୍ଟରୁ ମିଳିପାରେ ରଥଯାତ୍ରା ପାଇଁ ଅନୁମତି ! - ସୁପ୍ରିମକୋର୍ଟରୁ ମିଳିପାରେ ରଥଯାତ୍ରା

ବିନା ଭକ୍ତରେ ବଡ ଦାଣ୍ଡରେ ରଥ ଗଡାଇବା ନେଇ ଆଶା ବାଢିଛନ୍ତି ଆଇନଜୀବୀ । ଅଧିକ ପଢନ୍ତୁ..

permission-for-rath-yatra-can-be-obtained-from-the-supreme-court
ଫିଟିପାରେ ବାଟ, ସୁପ୍ରିମକୋର୍ଟରୁ ମିଳିପାରେ ରଥଯାତ୍ରା ପାଇଁ ଅନୁମତି !

By

Published : Jun 20, 2020, 10:45 PM IST

କଟକ: ବଦଳି ଯାଇପାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି । ମିଳିପାରେ ରଥଯାତ୍ରା ପାଇଁ ଅନୁମତି । ହାତରେ ମାତ୍ର ୨ ଦିନ ଥିବାବେଳେ ରଥଯାତ୍ରା ପାଇଁ ଆଶା ଆଶଙ୍କା ଏବେ ବି ଲାଗିରହିଛି । ସବୁଠାରୁ ବଡ଼ କଥା ହେଉଛି ରଥଯାତ୍ରା ପାଇଁ ଅନୁମତି ଦେବାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ପ୍ରାର୍ଥନା କରାଯାଇଛି ।

ଯଥା ରିକଲ ପିଟିସନ, ମୋଡିଫିକେସନ ପିଟିସନରେ ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରିବାକୁ ପ୍ରାର୍ଥନା କରାଯାଇଛି । ସେହିପରି ଅନେକ ଆଇନଗତ ଦିଗ ମଧ୍ୟ ରହିଛି । ବିଶେଷକରି ସ୍ନାନଯାତ୍ରାକୁ କଟକଣା ଭିତରେ ସଫଳ ଭାବରେ ସମ୍ପନ୍ନ କରାଯାଇଥିଲା । ଏନେଇ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ରହିଛି । କେବଳ ସେତିକି ନୁହେଁ ରଥଯାତ୍ରା ପାଇଁ ପୁରୀ ସହରକୁ ୧୪୪ ଧାରା ଜାରି କରି ସେବାୟତଙ୍କ ଦ୍ୱାରା ରଥଯାତ୍ରା କରିବାକୁ ଅନୁମତି ମଧ୍ୟ ମିଳିପାରେ ।

ଫିଟିପାରେ ବାଟ, ସୁପ୍ରିମକୋର୍ଟରୁ ମିଳିପାରେ ରଥଯାତ୍ରା ପାଇଁ ଅନୁମତି !

ଯେଉଁ ସେବାୟତ ଓ ମହାରଣାଙ୍କ କୋରୋନା ରିପୋର୍ଟ ନେଗେଟିଭ ରହିଛି କେବଳ ସେମାନଙ୍କ ଦ୍ୱାରା ରଥଯାତ୍ରା ପାଇଁ କୋର୍ଟ ଅନୁମତି ପ୍ରଦାନ କରିବାର ସମ୍ଭାବନା ମଧ୍ୟ ରହିଥିବା ବରିଷ୍ଠ ଆଇନଜୀବୀ କହିଛନ୍ତି ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details