ଓଡିଶା

odisha

By

Published : Jun 1, 2020, 12:58 AM IST

ETV Bharat / city

କୋରୋନାକୁ ନାହିଁ ଭୟ, ବେଧଡକ୍‌ ବୁଲୁଛନ୍ତି ଅମାନିଆ

କୋରୋନାକୁ ନାହିଁ ଭୟ। ଲକଡାଉନ ସତ୍ତ୍ବେବି ରାସ୍ତାରେ କରୁଛନ୍ତି ରାଜ । ଅଧିକ ପଢନ୍ତୁ...

people neglating lockdown rule in cuttack
କୋରୋନାକୁ ନାହିଁ ଭୟ

କଟକ: ରାସ୍ତା ଉପରେ ଅମାନିଆଙ୍କ ରାଜ । ଫାଇନ ଗଣି ଗଣି ପୋଲିସ ବେଦମ୍‌ । ହେଲେ ଅମାନିଆ ବାବୁମାନେ ଜିଦିରେ ଅଟଳ । ଫାଇନ ଦେବୁ ପଛେ ରାସ୍ତାରେ କାଟିବୁ ଚକ୍କର । ତେବେ ଆଜି କଟକର ବିଭିନ୍ନ ଚେକିଂ ଓ ବ୍ଳକିଙ୍ଗ ସ୍ଥାନରେ ଶତାଧିକ ଗାଡି ଚାଳକ ଗଣିଛନ୍ତି ତଣ୍ଡ । ଗୋଟେ ପଟେ ସାମାଜିକ ଦୂରତ୍ୱକୁ ଆଖିଠାର ଅନ୍ୟପଟେ ମାସ୍କ ନପିନ୍ଧି ବଜାରକୁ ଆସିବା ।

ତେବେ ଆଜି ମୋଟ 281 ଜଣ ମାସ୍କ ନପିନ୍ଧି ଗଣିଛନ୍ତି ତଣ୍ଡ । ସେହିପରି ସାମଜିକ ଦୂରତ୍ୱ କଟକଣାକୁ ଉଲଙ୍ଘନ କରି 223 ଜଣ ଗଣିଛନ୍ତି ମୋଟା ଅଙ୍କର ଫାଇନ । ଦିନରେ ଲକଡ଼ଉନ ନିୟମ କୋହଳ ପରେ ଯେଉଁ ଚିତ୍ର ରାତିରେ ହେଉଥିବା କର୍ଫୁକୁ ମଧ୍ୟ ଆଖିଠାର ମାରିବା ଆରମ୍ଭ କରିଦେଲେଣି ଅଭ୍ୟାସଗତ ଅମାନିଆ । ତେବେ କେବେ ସୁଧୁରିବେ ତାକୁ ନେଇ ଏବେ ବଡ଼ ପ୍ରଶ୍ନ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details