କଟକ: ଦେଶରେ କୋରୋନା ସଂକ୍ରମଣ ଗମ୍ଭୀର ପର୍ଯ୍ୟାୟରେ ପ୍ରବେଶ କରିଥିବା ବେଳେ ଏପରି ସମୟରେ ସଚେତନ ହେବା ବଦଳରେ ଲୋକେ ଅଧିକ ବେଖାତିର ହେଉଥିବା ଦେଖାଯାଉଛନ୍ତି । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସିଲଭର ସିଟିରେ । ଲୋକେ ନାନା ସଚେତନତା ସତ୍ତ୍ବେ ମାସ୍କ ବ୍ୟବହାର ତ ଦୂରର କଥା ସାମାଜିକ ଦୂରତ୍ବକୁ ମାନୁ ନଥିବା ଦେଖାଯାଉଛି ।
ସହରରେ କୋରୋନା ସଂକ୍ରମଣ ସଂଖ୍ୟା ବଢି ଚାଲିଥିବା ବେଳେ ଜାରି ରହିଛି ଅମାନିଆଙ୍କ ରାଜ । ରାଜରାସ୍ତାରେ ଲୋକେ ବେଧଡକ ଗହଳି ଜମାଉଥିବା ବେଳେ ମାସ୍କର ବ୍ୟବହାର ମଧ୍ୟ ଖୁବ କମ ହେଉଥିବା ଦେଖାଯାଉଛି । ଫଳରେ ଏହି ଅମାନିଆଙ୍କଠାରୁ ପୋଲିସ ଆଦାୟ କରୁଛି ତଣ୍ଡ ।