ଓଡିଶା

odisha

By

Published : Oct 7, 2022, 6:19 PM IST

ETV Bharat / city

ମେଲାଣି ନେଉଛନ୍ତି ମା, ଦେବୀଗଡ଼ାରେ ଜମୁଛି ଖାଦ୍ୟ ଆସର

ମା'ଙ୍କ ମେଲାଣୀ ଉତ୍ସବରେ ଚଳଚଞ୍ଚଳ ଦେବୀଗଡ଼ା ମୀନାବଜାର । ବିସର୍ଜନ ଦେଖିବା ସହ ଭଳିକି ଭଳି ଖାଦ୍ୟର ମଜା ଉଠାଉଛନ୍ତି ଲୋକେ । ଗତ ଦୁଇ ବର୍ଷ ଧରି ବନ୍ଦ ରହିଥିବା ବ୍ୟବସାୟ ପୁଣି ଥରେ ଆରମ୍ଭ ହୋଇଥିବାରୁ ବେଶ ଖୁସି ଅଛନ୍ତି ଉଠା ବ୍ୟବସାୟୀ । ଅଧିକ ପଢ଼ନ୍ତୁ

ମେଲାଣି ନେଉଛନ୍ତି ମା, ଦେବୀଗଡ଼ାରେ ଜମୁଛି ଖାଦ୍ୟ ଆସର
ମେଲାଣି ନେଉଛନ୍ତି ମା, ଦେବୀଗଡ଼ାରେ ଜମୁଛି ଖାଦ୍ୟ ଆସର

କଟକ: ଦୀର୍ଘ ୧୦ ଦିନର ପୂଜାର୍ଚ୍ଚନା ପରେ ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗତ ଜନନୀ । ମା'ଙ୍କ ଆଗମନକୁ ନେଇ ବେଶ ଚଳଚଞ୍ଚଳ ହୁଏ ଦେବୀଗଡ଼ା ଓ ଏଠାରେ ମୁଣ୍ଡ ଟେକେ ମୀନାବଜାର । ଭଳିକି ଭଳି ଖାଇବାର ମଜା ନିଅନ୍ତି ଲୋକେ । ତେବେ ଦୀର୍ଘ ଦୁଇ ବର୍ଷ କୋଭିଡ କଟକଣା ପରେ ଚଳିତ ବର୍ଷ ଦେବୀଗଡ଼ାରେ ମା'ଙ୍କ ମେଲାଣି ଦର୍ଶନ କରିବା ସହ ବିଭିନ୍ନ ଖାଦ୍ୟର ମଜା ଉଠାଉଛନ୍ତି ଲୋକେ ।

ମେଲାଣି ନେଉଛନ୍ତି ମା, ଦେବୀଗଡ଼ାରେ ଜମୁଛି ଖାଦ୍ୟ ଆସର

ଦଶହରା ପର୍ବ ପାଇଁ ଦେଶ ବିଦେଶରେ କ୍ଷାତି ଲାଭ କରିଛି କଟକ ସହର । କୋଭିଡ ମହାମାରୀ କାରଣରୁ ସିଲଭର ସିଟିରେ ଦଶହରା ବଜାର ଫିକା ପଡ଼ିଥିବା ବେଳେ ଚଳିତ ବର୍ଷ ଅଷ୍ଟମୀ ଠାରୁ ଆଜି ପର୍ଯ୍ୟନ୍ତ ଲାଇଟ ତୋରଣରେ ଝଲସି ଉଠୁଥିଲା କଟକ ସହର । ଭକ୍ତମାନେ ଦୁଃଖରେ ମା'ଙ୍କ ମେଲାଣି ଦେଉଥିବା ବେଳେ ଏହି ଦିନକୁ ଚାତକ ପରି ଚାହିଁ ରହିଥାନ୍ତି ଦେବୀଗଡ଼ାରେ ଥିବା ଉଠା ବେପାରୀ । ମା' ଆସିଲେ ଦେବୀଗଡ଼ାକୁ ଆସନ୍ତି ଉଠା ବେପାରୀ ।

ଏହା ମଧ୍ୟ ପଢ଼ନ୍ତୁ...ବିଦାୟ ନେଉଛନ୍ତି ମାଆ, ବର୍ତ୍ତମାନ ସୁଦ୍ଧା ୧୧୫ଟି ମେଢ଼ ବିସର୍ଜିତ

ଅଷ୍ଟମୀ ଠାରୁ ଏଠାରେ ଷ୍ଟଲ ପଡିବା ଆରମ୍ଭ ହେଉଥିବା ବେଳେ ମା'ଙ୍କ ମେଲାଣିରେ ବେପାର ଜମିଥାଏ । ହଜାର ହଜାର ବର୍ଷର ପରମ୍ପରା ସହ ଜଡିତ କଟକର ଐତିହାସିକ ଦେବୀଗଡ଼ା । କାହିଁ କେବେ ଠାରୁ ଏହି ଗଡାରେ ମୂର୍ତ୍ତି ବିସର୍ଜନ ହୋଇଆସୁଛି । ରାଜ୍ୟର କୋଣ ଅନୁକୋଣରୁ ଭକ୍ତମାନେ ଆସି ଏହି ସ୍ଥାନରେ ମା'ଙ୍କ ବିସର୍ଜନ ଦେଖିବା ସହ ଘର କରଣା ଜିନିଷପତ୍ର ମଧ୍ୟ କିଣିଥାନ୍ତି । ଛୁଞ୍ଚି ଠାରୁ ଆରମ୍ଭ କରି ଶାବଳ ପର୍ଯ୍ୟନ୍ତ ଏଠାରେ ସବୁ ଉପଲବ୍ଧ ରହିଥାଏ । ଘରକରଣା ସମଗ୍ରୀ ଠାରୁ ଆରମ୍ଭ କରି ଆସବାବ ପତ୍ର ସବୁ ମିଳିଥାଏ ।

ତେବେ ଦଶହରାର ଅନ୍ତିମ ପର୍ଯ୍ୟାୟରେ ଦେବୀଗଡ଼ାରେ ଜମିଛି ଖାଦ୍ୟର ଆସର । ଯାହାର ମଜା ଉଠାଉଛନ୍ତି କଟକିଆ । ଦେବୀଙ୍କ ମେଲାଣି କାର୍ଯ୍ୟ ଶେଷ ପର୍ଯ୍ୟୟରେ ପହଞ୍ଚିଥିଲାବେଳେ ମା'ଙ୍କ ବିସର୍ଜନ ଦେଖିବା ସହ ବିଭିନ୍ନ ଖାଦ୍ୟର ମଜା ଉଠାଉଛନ୍ତି ଲୋକେ । ଭଳିକି ଭଳି ଆଇସକ୍ରିମ, ଚାଟ, ଗୁପଚୁପ, ଦହିବରା ଖାଇବାରେ ସମସ୍ତେ ବ୍ୟସ୍ତ । ଅନ୍ୟପଟେ ଖାଦ୍ୟ ଷ୍ଟଲ ଲଗାଇଥିବା ବ୍ୟବସାୟୀଙ୍କ ମୁହଁରେ ଫୁଟିଛି ହସ । କାରଣ ଦୁଇ ବର୍ଷ ଧରି କୋଭିଡ ଯୋଗୁଁ ବ୍ୟବସାୟ ବନ୍ଦ ରହିଥିଲାବେଳେ ଚଳିତବର୍ଷ ତାହାର ବେଶ ଲାଭ ଉଠାଉଛନ୍ତି ବ୍ୟବସାୟୀ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details