ଭୁବନେଶ୍ବର:ପ୍ରଦେଶ କଂଗ୍ରେସରେ ତେଜିଲା କୋରାପୁଟ କଂଗ୍ରେସ କଳି । ତାରାଙ୍କୁ ଜବାବ ଦେଲେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । କୋରାପୁଟରେ ଆଦିବାସୀ ଲୋକଙ୍କୁ ଛାଡି ରାଜନୀତି କରାଯିବ ନାହିଁ ବୋଲି ଆଜି ପ୍ରଦେଶ କଂଗ୍ରେସର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପ୍ରଦୀପ ମାଝୀ ।
କୋରାପୁଟ କଂଗ୍ରେସର ବିବାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ତାରାଙ୍କୁ ପ୍ରଦୀପଙ୍କ ଆଟାକ ,ତାରାଙ୍କୁ ପ୍ରଦେଶ କଂଗ୍ରେସ ଚେତାବନୀ ଦେଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନାଁରେ ଅଶାଳୀନ ମନ୍ତବ୍ୟ ଦିଆଯାଉଛି। ଏହାକୁ ତୀବ୍ର ନିନ୍ଦା କରିଛି ପ୍ରଦେଶ କଂଗ୍ରେସ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଦିବାସୀଙ୍କୁ ଛାଡି ରାଜନୀତି କରାଯାଇ ପାରିବ ନାହିଁ। କଂଗ୍ରେସରେ କିଏ ରହିବ କିଏ ନ ରହିବ ପିସିସି ନିଷ୍ପତ୍ତି ନେବ । ଅନ୍ୟ କେହି ନିଷ୍ପତ୍ତି ନେଇ ପାରିବେନି ସିଧାସଳଖ ତାରାଙ୍କୁ ସୂଚାଇ ଦେଇଛନ୍ତି ପ୍ରଦୀପ।
କିଛି ଦିନ ପୂର୍ବରୁ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ମୀନାକ୍ଷୀ ବାହିନୀପତି ଓ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା କଂଗ୍ରେସରୁ ଇସ୍ତଫା ଦେଇଥିଲେ। ତାଙ୍କୁ ଗତ ବିଧାନସଭା ନିର୍ବାଚନରେ ହରାଇବାରେ ଭୂମିକା ଗ୍ରହଣ କରିଥିଲେ ବୋଲି କୁଲେସିକା କହିଥିଲେ । ଦଳର ନେତାମାନେ ବହୁ ବୁଝାସୁଝା ପରେ ସେ ଇସ୍ତଫା ପ୍ରତ୍ୟାହାର କରି ନେଇଛନ୍ତି । ଏନେଇ ସବୁ ଜିଲ୍ଲାର ସଭାପତିଙ୍କ ନେଇ ବୈଠକ ହୋଇଥିଲା। ଏହାକୁ ସମସ୍ତେ ନିନ୍ଦା କରିଛନ୍ତି। ସପ୍ତଗିରି ଉଲ୍ଲାକା ଏକ ମାତ୍ର ସାଂସଦ ଭାବେ ଜିତି ଆସିଛନ୍ତି। ପର୍ଯ୍ୟାୟ କ୍ରମେ ଜଣ ଜଣ କରି ବିଧାୟକ ଓ ନେତାଙ୍କୁ ଟାର୍ଗେଟ କରାଯାଉଛି। ଏହା ପଛରେ ଷଡଯନ୍ତ୍ର ଥିବା ପରି ମନେ ହେଉଛି। ଯିଏ ବି ବିଭିନ୍ନ ସମୟରେ ମନ୍ତବ୍ୟ ଦେଉଛନ୍ତି ପିସିସି ନିଷ୍ପତ୍ତି ନେବ ଆଗାମୀ ଦିନରେ କଣ କରାଯିବ। ପ୍ରଭାରୀଙ୍କୁ ଅବଗତ କରାଯିବ ବୋଲି ପ୍ରଦୀପ ମାଝୀ କହିଛନ୍ତି । ଆସନ୍ତା ୩୧ ତାରିଖରେ ଓଡିଶା ପ୍ରଭାରୀ ଚେଲ୍ଲାକୁମାର ଆସିବେ। ପିସିସି ସଭାପତିଙ୍କ ଆଗରେ କଣ କରାଯିବ ତାହା ନିଷ୍ପତ୍ତି ନିଆଯିବ।