କଟକ:କଟକରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ହସ୍ପିଟାଲ ବେଡ଼ରୁ ଜଣେ ରୋଗୀ ରେଳ ଧାରଣାକୁ ଆସି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଭଳି ଘଟଣା ଦେଖିବାକୁ ମିଳିଛି । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ନିରଞ୍ଜନ ଭୁୟାନ ନାମକ ଜଣେ ରୋଗୀ ଏପରି କରିଥିବା ଦେଖିବାକୁ ମିଳିଛି । କ୍ୟାନ୍ସର ଅପରେସନ ପରେ ନିରଞ୍ଜନ ଭୁୟାନ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତେବେ ସେ ଆଜି ରେଳ ଧାରଣାକୁ ଚାଲିଆସିବା ସହ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
କଟକରେ ଅଭାବନୀୟ ଘଟଣା, ରେଳ ଧାରଣାରେ ଆତ୍ମହତ୍ୟା ଉଦ୍ୟମ କଲେ ରୋଗୀ - patients attempted suicide in railway track
କଟକରେ ହସ୍ପିଟାଲ ବେଡ଼ରୁ ଜଣେ ରୋଗୀ ରେଳଧାରଣାକୁ ଆସି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଭଳି ଘଟଣା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ..
କଟକରେ ଅଭାବନୀୟ ଘଟଣା, ରେଳ ଧାରଣାରେ ଆତ୍ମହତ୍ୟା ଉଦ୍ୟମ କଲେ ରୋଗୀ
କଟକରେ ଅଭାବନୀୟ ଘଟଣା, ରେଳ ଧାରଣାରେ ଆତ୍ମହତ୍ୟା ଉଦ୍ୟମ କଲେ ରୋଗୀ
ମିଳିଥିବା ସୂଚନା ଅନୁସାରେ 20 ଦିନ ହେବ ମେଡିକାଲରେ ଭର୍ତ୍ତି ହେବା ପରେ ଏହି ସପ୍ତାହ ରେ ତାଙ୍କର ବାଇପାସ ଅପରେସନ ହୋଇଥିଲା । ହେଲେ ଅପରେସନ ପରେ ମାନସିକ ଭାବେ ଅସ୍ଥି ହୋଇ ସିଧାସଳଖ ଆତ୍ମହତ୍ୟା କରିବା ପାଇଁ ରେଳ ଷ୍ଟେସନକୁ ଯାଇଥିଲେ ନିରଞ୍ଜନ । ତେବେ ଖବର ପାଇ ରେଳ କର୍ମଚାରୀ ଓ ତାଙ୍କ ପତ୍ନୀ ତାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ମେଡିକାଲକୁ କଲ କରି ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ପୁନଃ ମେଡିକାଲ ବେଡ଼କୁ ପଠାଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ