କଟକ: ପାଠକ ବାପ ପୁଅଙ୍କୁ ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ। ଏହି ମାମଲାର ଶୁଣାଣୀ କରି ହାଇକୋର୍ଟ ଦୁଇଜଣ ଜାମିନଦାର ବଦଳରେ ବେଲ ପ୍ରଦାନ କରିଛନ୍ତି ହାଇକୋର୍ଟ ।
ପାଠକ ବାପ ପୁଅଙ୍କୁ ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ମିଳିଲା ଜାମିନ - ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ
15:46 March 01
ପାଠକ ବାପ ପୁଅଙ୍କୁ ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ମିଳିଲା ଜାମିନ
ଆଜି ହାଇକୋର୍ଟରେ ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ନେଇ ହୋଇଥିବା ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାର ଶୁଣାଣୀ ହୋଇଥିଲା । ଟ୍ରାଭେଲସ ଠକେଇ ମାମଲାରେ ବାପ ପୁଅଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ସର୍ତ୍ତ ମୂଳକ ଜାମିନରେ ହାଇକୋର୍ଟ ୨ ଲକ୍ଷ ଟଙ୍କିଆ ଦୁଇ ଜଣ ଜାମିନଦାର ବଦଳରେ ମୁକୁଳିବାକୁ ସର୍ତ୍ତ ରହିଛି। ବେଲରେ ବାହାରିବା ପରେ କୌଣସି ସାକ୍ଷ୍ୟଙ୍କୁ ପ୍ରଭାବିତ ନକରିବାକୁ ସର୍ତ୍ତ ରହିଛି। ତଦନ୍ତରେ ସହଯୋଗ କରିବାକୁ ମଧ୍ୟ କୋର୍ଟ ସର୍ତ୍ତ ରଖିଛନ୍ତି। ସେହିପରି ପୋଲିସକୁ ରିକଭରି ଏଜେଣ୍ଟ ଭାବରେ ବ୍ୟବହାର କରିପାରିବେ ନାହିଁ ବୋଲି ମାମଲାର ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି। ଟଙ୍କା ରିକଭରି କରିବାପାଇଁ ସ୍କାଏ କିଙ୍ଗ ମାଲିକ ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ। ଏହି ମାମଲାରେ ବର୍ତ୍ତମାନ ଅଭୟକାନ୍ତ ପାଠକ ଏବେ ଜେଲରୁ ମୁକୁଳି ପାରିବେ। ତାଙ୍କ ନାମରେ ଆଉ ମାମଲା ନାହିଁ। ଆକାଶ ପାଠକଙ୍କ ନାମରେ କ୍ରାଇମବ୍ରାଞ୍ଚ ମାମଲା ରହିଛି। ସେହି ମାମଲା ଏପ୍ରିଲ ୧୨କୁ ଘୁଞ୍ଚିଛି।
ସୂଚନାଥାଉକି ଆୟ ବର୍ହିଭୂତ ସମ୍ଫତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ । ଏହାପରେ ଏମାନଙ୍କ ସହ ଲିଙ୍କ ନେଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ