ଓଡିଶା

odisha

ETV Bharat / city

ଏସସିବିରେ ଅକ୍ସିଜେନ୍ ପାଇପ ଫାଟିବା ଘଟଣା, ପ୍ରତିକ୍ରିୟା ରଖିଲେ କର୍ତ୍ତୃପକ୍ଷ - oxygen pipe ruptures

ବିଳମ୍ବିତ ରାତିରେ ଏସସିବିରେ କାର୍ଡିଓଥେରାସିସ ବିଭାଗ ଆଇସିୟୁର ଅକ୍ସିଜେନ ପାଇପ ଫାଟିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଏସସିବି କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ...

ଏସସିବିରେ ଅକ୍ସିଜେନ୍ ପାଇପ୍ ଫାଟିବା ଘଟଣା, ପ୍ରତିକ୍ରିୟା ରଖିଲେ କର୍ତ୍ତୃପକ୍ଷ
ଏସସିବିରେ ଅକ୍ସିଜେନ୍ ପାଇପ୍ ଫାଟିବା ଘଟଣା, ପ୍ରତିକ୍ରିୟା ରଖିଲେ କର୍ତ୍ତୃପକ୍ଷ

By

Published : Nov 24, 2020, 2:33 PM IST

Updated : Nov 24, 2020, 2:43 PM IST

କଟକ: ବିଳମ୍ବିତ ରାତିରେ ଏସସିବିରେ କାର୍ଡିଓଥେରାସିସ ବିଭାଗ ଆଇସିୟୁର ଅକ୍ସିଜେନ ପାଇପ ଫାଟିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଏସସିବି କର୍ତ୍ତୃପକ୍ଷ । କୌଣସି ଅକ୍ସିଜେନ୍ ପାଇପ୍ ଫାଟି ନଥିବା କହିଛନ୍ତି କର୍ତ୍ତୃପକ୍ଷ । କାର୍ଡିଓଥେରାସିସ୍ ବିଭାଗରେ ଗ୍ୟାସ ପାଇପରେ ଯାନ୍ତ୍ରିକ ତ୍ରୁଟି ଥିବା ପ୍ରକାଶ କରିଛନ୍ତି ହସ୍ପିଟାଲ ଅଧିକାରୀ ।

ଏସସିବିରେ ଅକ୍ସିଜେନ୍ ପାଇପ୍ ଫାଟିବା ଘଟଣା, ପ୍ରତିକ୍ରିୟା ରଖିଲେ କର୍ତ୍ତୃପକ୍ଷ

ଏହାପରେ ହସ୍ପିଟାଲ୍ କର୍ତ୍ତୃପକ୍ଷ ସମ୍ପୃକ୍ତ କମ୍ପାନୀ ସହ ଯୋଗଯୋଗ କରିଥିଲେ ଓ ତୁରନ୍ତ ଏହାର ମରାମତି କରାଯାଇ କାର୍ଯ୍ୟକ୍ଷମ କରାଯାଇଥିବା କୁହାଯାଇଛି । ସେ କହିଛନ୍ତି ଯେ ଅକ୍ସିଜେନ ଗ୍ୟାସ ପ୍ଲାଣ୍ଟ କାମ କରୁଛି। କେବଳ ଏହାର ପ୍ୟାନେଲରେ ତ୍ରୁଟି ରହିଛି । ବୈଷୟିକ ଟିମ୍ ଅନୁଧ୍ୟାନ କରୁଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହୋଇଯିବ । କାହାରିକୁ ସ୍ଥାନାନ୍ତର କରାଯାଇନାହିଁ । ଆବଶ୍ୟକ ପଡିଲେ ଜରୁରୀ ଅପରେସନ କରାଯାଇପାରିବ । ଏଥିସହିତ ପାଇପ ଫାଟିବା ନେଇ ହେଉଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି ।

ପ୍ରକାଶଥାଉକି, ବିଳମ୍ବିତ ରାତିରେ ହଠାତ ପାଇପ ଫାଟିବାରୁ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଏହି ଘଟଣା ପରେ ଅକ୍ସିଜେନ ପ୍ଲାଣ୍ଟକୁ ମଧ୍ୟ ବନ୍ଦ କରାଯାଇଛି । ସ୍ଥିତି ସ୍ବଭାବିକ ନ ହେବା ପର୍ଯ୍ୟନ୍ତ ଓପନ ହାର୍ଟ ସର୍ଜରୀ ବନ୍ଦ ରହିଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Nov 24, 2020, 2:43 PM IST

ABOUT THE AUTHOR

...view details