କଟକ: ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ । ବୋର୍ଡ଼ ୱେବ ସାଇଟରେ ରେଜଲ୍ଟ ଉପଲବ୍ଧ । ପରୀକ୍ଷାର୍ଥୀ ମାନେ www.bseodisha.ac.in ୱେବସାଇଟରେ ପରୀକ୍ଷା ଫଳ ଜାଣିପାରିବେ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଭଲ ଫଳ ହୋଇଥିବା ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଚଳିତ ବର୍ଷ ମୋଟ 1ଲକ୍ଷ 2ହଜାର 438 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।
ପ୍ରକାଶ ପାଇଲା OTET ପରୀକ୍ଷାଫଳ - ଓଟିଇଟି ପରୀକ୍ଷା ଫଳ
ପ୍ରକାଶ ପାଇଲା OTET ରେଜଲ୍ଟ । ବୋର୍ଡ ୱେବସାଇଟ http://bseodisha.ac.in ରେ ରେଜଲ୍ଟ ଦେଖି ପାରିବେ ଛାତ୍ରଛାତ୍ରୀ ।
ଫାଇଲ ଫଟୋ
ନଭେମ୍ବର ୨୧ ସୁଦ୍ଧା ଓଟିଇଟି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନେଇଥିଲେ । କିଛି ଦିନ ତଳେ ଓଟିଇଟି ପରୀକ୍ଷାରେ ବ୍ୟାପକ ତ୍ରୁଟି ଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରି ଅଭିଯୋଗକୁ ବୋର୍ଡ ଓ ବିଭାଗୀୟ ମନ୍ତ୍ରୀ ଅସ୍ୱୀକାର କରିଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Nov 21, 2019, 11:42 PM IST