କଟକ: OSSTET ୨୦୨୧ର ପରୀକ୍ଷା ଫଳ ତ୍ରୁଟି ନେଇ ବୋର୍ଡ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛନ୍ତି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ । ୨୦୨୧ ମସିହାରେ ଏହି OSSTET (Odisha Secondary School Teachers Eligibility Test)ର ଦ୍ୱିତୀୟ ପରୀକ୍ଷାରେ ବୋର୍ଡ ପକ୍ଷରୁ ଦିଆଯାଇଥିବା ମାର୍କରେ ତ୍ରୁଟି ଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ରାଜ୍ୟର ପ୍ରାୟ 500 ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହିଭଳି ତ୍ରୁଟିର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।
OSSTET ପରୀକ୍ଷା ଫଳରେ ତ୍ରୁଟି, ବୋର୍ଡ ସାମ୍ନାରେ ଗର୍ଜିଲେ ଛାତ୍ରଛାତ୍ରୀ - ଓଏସଏସଟିଏଟି ପରୀକ୍ଷା ଫଳରେ ତୃଟି ଦର୍ଶାଇ ବିକ୍ଷୋଭ
OSSTET ପରୀକ୍ଷା ଫଳରେ ତୃଟି ଦର୍ଶାଇ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ପରୀକ୍ଷାର୍ଥୀ । ଅଧିକ ପଢନ୍ତୁ
OSSTET ପରୀକ୍ଷା ଫଳରେ ତ୍ରୁଟି, ବୋର୍ଡ ସମ୍ନାରେ OSSTET ପରୀକ୍ଷା ଫଳରେ ତ୍ରୁଟି, ବୋର୍ଡ ସମ୍ନାରେ ଗର୍ଜିଲେ ଛାତ୍ରଛାତ୍ରୀଗର୍ଜିଲେ ଛାତ୍ରଛାତ୍ରୀ
OSSTET ପରୀକ୍ଷା ଫଳରେ ତ୍ରୁଟି, ବୋର୍ଡ ସମ୍ନାରେ ଗର୍ଜିଲେ ଛାତ୍ରଛାତ୍ରୀ
ଗତବର୍ଷ ଫ୍ରେବୃଆରୀରେ OSSTETର ଦ୍ୱିତୀୟ ପରୀକ୍ଷା ହୋଇଥିଲା । ଏହାପରେ ଏପ୍ରିଲରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ହେଲେ ପରୀକ୍ଷା ଫଳରେ ତ୍ରୁଟି ଦର୍ଶାଇ ପୂର୍ବରୁ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ ମଧ୍ୟ ବୋର୍ଡ ପକ୍ଷରୁ କୌଣସି ସମାଧାନ କରାଯାଇ ନଥିଲା । ତେବେ ଏନେଇ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଛନ୍ତି । ଯଦି ଏହି ତ୍ରୁଟିର ସମାଧାନ ନହୁଏ ତେବେ ଆଗାମୀ ଦିନରେ ଶତାଧିକ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ