କଟକ:ଆସନ୍ତାକାଲି (ବୁଧବାର) ରାଜ୍ୟରେ OSSTET ପରୀକ୍ଷା ହେବ। ମୋଟ ୭୨ ହଜାର ୨୮୦ ପରୀକ୍ଷାର୍ଥୀ ପରୀକ୍ଷା ଦେବା ନେଇ ସୂଚନା ରହିଛି। ୩୩୮ କେନ୍ଦ୍ରରେ ପରୀକ୍ଷା ଆୟୋଜନ ହେଉଥିବା ବେଳେ ୪୦ଟି ନୋଡାଲ ସେଣ୍ଟର ହୋଇଛି।
OSSTET ପରୀକ୍ଷା ସୁପରିଚାଳନା ପାଇଁ ୪୦ଟି ସ୍କ୍ବାର୍ଡ ହୋଇଥିବା ବେଳେ ୮ଟି ସ୍ବତନ୍ତ୍ର ସ୍କ୍ବାର୍ଡ କରାଯାଇଛି। କୌଣସି ପ୍ରକାର ବିଶୃଙ୍ଖଳା ନହେବା ନେଇ ବୋର୍ଡ ପକ୍ଷରୁ କଡ଼ା କଟକଣା କରାଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ ଖୋଲା ଯାଇଛି। ବୋର୍ଡ ପକ୍ଷରୁ 06712412059 ଓ 2412060 ନମ୍ବରରେ ଜାରି କରାଯାଇଛି। ଯେଉଁଥିରେ ବୋର୍ଡକୁ ଜରୁରୀ ସୂଚନା ଦିଆଯାଇ ପାରିବ।