ଓଡିଶା

odisha

ETV Bharat / city

OSSC କେଳେଙ୍କାରୀ, ବିରଞ୍ଚି ସାହୁଙ୍କ ପତ୍ନୀଙ୍କୁ ମିଳିଲା ଆଗୁଆ ଜାମିନ

ଓଏସ୍‌ଏସସି କର୍ମଚାରୀ ବିରଞ୍ଚି ସାହୁଙ୍କ ପତ୍ନୀଙ୍କୁ ମିଳିଲା ଆଗୁଆ ଜାମିନ । ମଞ୍ଜୁର କଲେ ହାଇକୋର୍ଟ । ଅଧିକ ପଢନ୍ତୁ...

OSSC କର୍ମଚାରୀ  ବିରଞ୍ଚି ସାହୁଙ୍କ ପତ୍ନୀଙ୍କୁ ମିଳିଲା ଆଗୁଆ ଜାମିନ
OSSC କର୍ମଚାରୀ ବିରଞ୍ଚି ସାହୁଙ୍କ ପତ୍ନୀଙ୍କୁ ମିଳିଲା ଆଗୁଆ ଜାମିନ

By

Published : Aug 17, 2021, 1:59 PM IST

କଟକ: OSSC କର୍ମଚାରୀ ବିରଞ୍ଚି ସାହୁଙ୍କ ପତ୍ନୀଙ୍କୁ ମିଳିଲା ଆଗୁଆ ଜାମିନ । ମଞ୍ଜୁର କଲେ ହାଇକୋର୍ଟ । ତଦନ୍ତରେ ସହଯୋଗ କରିବା ଲାଗି ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ତେବେ ପ୍ରଥମେ ସଢୁଙ୍କ ପରେ ଜାମିନ ଆବେଦନ କରିଥିଲେ ବିରଞ୍ଚିଙ୍କ ପତ୍ନୀ । ପୂର୍ବରୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ପତ୍ନୀ ସୁଧାଂଶୁବାଳା ସାହୁ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ହାଇକୋର୍ଟ‌ଙ୍କ ଦ୍ବାରସ୍ଥ ହୋଇଥିଲେ । ଆଜି ଶୁଣାଣି କରି ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ ।

ସୂଚନା ଅନୁଯାୟୀ ବିରଞ୍ଚି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ମାମଲାରେ ତାଙ୍କ ପତ୍ନୀ ଏବଂ ସଢୁଙ୍କ ହାତ ଥିବା ଅଭିଯୋଗ ମଧ୍ୟ ହୋଇଥିଲା । ପତ୍ନୀଙ୍କ ନାଁରେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇ ଥିବାବେଳେ ସଢୁଙ୍କ ଘରୁ ୧୩ ଲକ୍ଷ ନଗଦ ଟଙ୍କା ମିଳିଥିଲା । ତେବେ ଉଭୟ ଭିଜିଲାନ୍ସ ନଜରରେ ଥିବାରୁ ଆଗୁଆ ଜାମିନ ଆବେଦନ କରିଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details