କଟକ: ଆଗୁଆ ଜାମିନ ଆବେଦନ କଲେ ଗିରଫ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍ଏସସି) ପିଏସଙ୍କ ସଢୁ । ପିଏସ ବିରଞ୍ଚି ନାରାୟଣ ସାହୁଙ୍କ ସଢୁ ମନୋରଞ୍ଜନ ସାହୁ ସମ୍ଭାବ୍ୟ ଗିରଫଦାରୀ ଆଶଙ୍କା କରି ଆଗୁଆ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି ।
ବିରଞ୍ଚିଙ୍କ ବିରୋଧରେ ରୁଜୁ ଭିଜିଲାନ୍ସ ମାମଲାରେ ମେନାରଞ୍ଜନ ଆଗୁଆ ଜାମିନ ପ୍ରଦାନ ପାଇଁ ନିବେଦନ କରି ହାଇକୋର୍ଟରେ ଏହି ଆବେଦନ ଦାୟର କରିଛନ୍ତି । ସୂଚନା ଅନୁଯାୟୀ ବିରଞ୍ଚିଙ୍କୁ ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କ୍ରାଇମବ୍ରାଞ୍ଚ ପୋଲିସ ଗିରଫ କରିଛି । ଏଥିରେ ବିରଞ୍ଚିଙ୍କୁ ପତ୍ନୀ ଓ ସଢୁ ମନୋରଞ୍ଜନ ସହାୟତା କରିଥିବା ଅଭିଯୋଗ ମଧ୍ୟ ହୋଇଛି ।