କଟକ:ଭିଜିଲାନ୍ସ କୋର୍ଟ ଦ୍ବାରା ମହମ୍ମଦ ମୋକିମ ଦଣ୍ଡାଦେଶ ମାମଲା । ମୋକିମଙ୍କ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ । ମାମଲାର ଶୁଣାଣି କରି କୋର୍ଟ ମୋକିମଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏକ ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାର ବଦଳରେ ଜାମିନ ପାଇଁ ସର୍ତ୍ତ ରଖିଲେ କୋର୍ଟ । ସେହିପରି ଜୋରିମାନା ଆଦାୟ ଉପରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ରାୟ ଉପରେ କୋର୍ଟ ରହିତାଦେଶ ଜାରି କରିଛନ୍ତି । ଜବାବ ରଖିବାକୁ ପ୍ରତିପକ୍ଷ ସମୟ ମାଗିଛନ୍ତି । ଆସନ୍ତା ୧୩ତାରିଖ ଅପରାହ୍ନ ୨ଟାରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।
ସୂଚନା ଥାଉକି, ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ORHDC) ଦୁର୍ନୀତି ମାମଲାରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ତଥା ବିଧାୟକ ମହମ୍ମଦ ମୋକିମ (Barabati MLA Mohammed Moquim)ଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି । ଏହାକୁ ଚାଲେଞ୍ଜ କରି ମୋକିମ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ବର୍ତ୍ତମାନ ତାଙ୍କ ବିଧାୟକ ପଦ ଆଉ ନାହିଁ ।