ଓଡିଶା

odisha

ETV Bharat / city

ମହିଳାଙ୍କୁ ପୋଲିସର ଦୁର୍ବ୍ୟବହାର ମାମଲା, କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ - ମହିଳାଙ୍କୁ ଦୁର୍ବବ୍ୟବହାର

କଟକରେ ଜଣେ ମହିଳାଙ୍କୁ ପୋଲିସ ର ଦୁର୍ବ୍ୟବହାର ପ୍ରସଙ୍ଗ । କାର୍ଯ୍ୟାନୁଷ୍ଠାନ ନେବାକୁ କଟକ ଡିସିପିଙ୍କୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ। ଅଧିକ ପଢନ୍ତୁ..

ମହିଳାଙ୍କୁ ପୋଲିସର ଦୁର୍ବବ୍ୟବହାର, କାର୍ଯ୍ୟାନୁଷ୍ଠାନ ନେବାକୁ କଟକ ଡିସିପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ମହିଳାଙ୍କୁ ପୋଲିସର ଦୁର୍ବବ୍ୟବହାର, କାର୍ଯ୍ୟାନୁଷ୍ଠାନ ନେବାକୁ କଟକ ଡିସିପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

By

Published : Dec 3, 2020, 7:42 PM IST

କଟକ: ମେରି ଟାଇମ ମ୍ୟୁଜିୟମ ନିକଟରେ ମାସ୍କ ପିନ୍ଧି ନଥିବା ମହିଳାଙ୍କୁ ଦୁର୍ବ୍ୟବହାର କରିବା ମଙ୍ଗଳାବାଗ ପୋଲିସ ପାଇଁ ମହଙ୍ଗା ପଡିଛି। ସଂପୃକ୍ତ ମହିଳାଙ୍କ ପକ୍ଷରୁ ହାଇକୋର୍ଟରେ ଆଗତ ଏକ ପିଟିସନର ଶୁଣାଣି କରି କଟକ ଡ଼ିସିପି ଏ ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ମହିଳାଙ୍କୁ ପୋଲିସର ଦୁର୍ବବ୍ୟବହାର, କାର୍ଯ୍ୟାନୁଷ୍ଠାନ ନେବାକୁ କଟକ ଡିସିପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ରିଙ୍ଗ ରୋଡ଼ର ମେରି ଟାଇମ ମ୍ୟୁଜିୟମ ନିକଟରେ ମାସ୍କ ଚେକିଂ ବେଳେ ଜଣେ ମହିଳାଙ୍କୁ ମଙ୍ଗଳାବାଗ ଥାନାର ସବ୍‌ ଇନିସପେକ୍ଟର ଓ କନେଷ୍ଟବଳ ଅଶ୍ଲୀଳ ବ୍ୟବହାର ଦେଖାଇଥିଲେ । ମହିଳା ଜଣକ ଏ ସଂକ୍ରାନ୍ତରେ ଥାନା ଆଇଆଇସିଙ୍କୁ ଜଣାଇଥିଲେ। ଆଉ ସେ ମଧ୍ୟ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି। ମହିଳା ଜଣଙ୍କ ମଙ୍ଗଳାବାଗ ଥାନା ଆଇଆଇସି ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ବିରୋଧରେ ଲାଲବାଗ ଥାନାରେ ଗତ ୧୭ ତାରିଖରେ ଅଭିଯୋଗ କରିଥିଲେ। ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ୨୩ ତାରିଖରେ କଟକ ଡିସିପିଙ୍କୁ ମଧ୍ୟ ଜଣାଇଥିଲେ। ତଥାପି କମିଶନରେଟ ପୋଲିସ ଚୁପ ରହିବାରୁ ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ। ହାଇକୋର୍ଟ ଘଟଣାକୁ ଗୁରୁତର ଭାବେ ନେବା ସହ କଟକ ଡ଼ିସିପି ଏ ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମହିଳାଙ୍କୁ ପୋଲିସର ଦୁର୍ବବ୍ୟବହାର, କାର୍ଯ୍ୟାନୁଷ୍ଠାନ ନେବାକୁ କଟକ ଡିସିପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details