ଓଡିଶା

odisha

ETV Bharat / city

ଜେଲରେ ଥିବା ଅନ୍ତେବାସୀଙ୍କ ହେବ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା - Orissa High Court order

ଜେଲ ସଂସ୍କାର ମାମଲା ଉପରେ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି । ରାଜ୍ୟର ବିଭିନ୍ନ ଜେଲରେ ଥିବା ମାନସିକ ଅନ୍ତେବାସୀଙ୍କ ସ୍ବତନ୍ତ୍ର ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ଜେଲରେ ଥିବା ଅନ୍ତେବାସୀଙ୍କ ହେବ ସ୍ବତନ୍ତ୍ର ସ୍ବାସ୍ଥ୍ୟ ପରୀକ୍ଷା
ଜେଲରେ ଥିବା ଅନ୍ତେବାସୀଙ୍କ ହେବ ସ୍ବତନ୍ତ୍ର ସ୍ବାସ୍ଥ୍ୟ ପରୀକ୍ଷା

By

Published : May 21, 2022, 9:48 PM IST

ଭୁବନେଶ୍ବର: ଜେଲ ସଂସ୍କାର ମାମଲା ଉପରେ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି । ରାଜ୍ୟର ବିଭିନ୍ନ ଜେଲରେ ଥିବା ମାନସିକ ଅନ୍ତେବାସୀଙ୍କ ସ୍ବତନ୍ତ୍ର ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସମସ୍ତ ପ୍ରକାରର ବ୍ୟବସ୍ଥା କରିବ ରାଜ୍ୟ ଆଇନ ସେବା ପ୍ରାଧିକରଣ । ବିଭିନ୍ନ ଜେଲ ଯାଇ ମାନସିକ ରୋଗ ବିଶେଷଜ୍ଞ ମାନସିକ ଅସୁସ୍ଥ ଥିବା ଅନ୍ତେବାସୀଙ୍କ କରିବେ ଚିକିତ୍ସା । ସରକାରୀ ଡାକ୍ତର ଅଭାବ ଥିଲେ ଘରୋଇ ଡାକ୍ତର ନେଇ ମଧ୍ୟ ଚିକିତ୍ସା କରିବାକୁ ନିର୍ଦ୍ଦେଶ ।

ସମସ୍ତ ପ୍ରକାରର ଖର୍ଚ୍ଚ ରାଜ୍ୟ ଆଇନ ସେବା ପ୍ରାଧିକରଣ କରିବ। ଏନେଇ ବିସ୍ତୃତ ରିପୋର୍ଟ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୨ ଜୁନରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details