କଟକ/ଭୁବନେଶ୍ବର:କଳାହାଣ୍ଡିମହାଲିଙ୍ଗ କଲେଜ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲା (Mamita Meher murder Case) । ଏହି ସମ୍ବେଦନଶୀଳ ମାମଲାରେ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ତଦନ୍ତ ପ୍ରକ୍ରିୟାର ତଦାରଖ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ ଏବିଏସ ନାଇଡୁ (Retired Judge ABS Naidu To Monitor Mamita Murder Probe ) । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି ଶିକ୍ଷୟତ୍ରୀ ମମିତା ମେହେର ପ୍ରସଙ୍ଗ । ରାଜ୍ୟବ୍ୟାପି ଆନ୍ଦୋଳନ ଜାରୀ ରଖିଛନ୍ତି ବିରୋଧୀ ଦଳ ବିଜେପି ଓ କଂଗ୍ରେସ । ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର (Home Minister Divyashankar Mishra) ଙ୍କ ଇସ୍ତଫା ସହ ଗିରଫ ଏବଂ ମାମଲାରେ ନିରପେକ୍ଷ ତଦନ୍ତ ଲାଗି ଅଡି ବସିଛନ୍ତି ବିରୋଧୀ । ବିରୋଧୀ ନଛୋଡବନ୍ଧା ନୀତି ଆପଣାଇଥିବାରୁ ବ୍ୟାକଫୁଟରେ ଥିଲେ ସରକାର । ଏନେଇ ଚାପ ବଢିବାରୁ ସରକାର ତଦନ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର ।